banner
Breaking

ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା। ରାସ୍ତାକୁ ଆସିଲେ ପ୍ରଵାସୀ।

0

ଜଗତସିଂହପୁର,୨/୮(ଓଡ଼ିଆ ନ୍ୟୁଜ):ତିର୍ତ୍ତୋଲ ସ୍ଥିତ ଆଦିକବି ସାରଳାଦାସ ମହାବିଦ୍ୟାଳୟ ପରିସରରେ ଚାଲିଥିବା ବ୍ଲକସ୍ତରୀୟ ଅସ୍ଥାୟୀ ସଂଗରୋଧ କେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ଶନିବାର ଦିନ ପ୍ରବାସୀ ମାନେ ମହାବିଦ୍ୟାଳୟ ସମ୍ମୁଖରେ ହୋ ହାଲ୍ଲା କରିବା ସହିତ କଟକ – ପାରାଦୀପ ରାସ୍ତାକୁ ଚାଲିଆସିଥିଲେ ।ବହୁ ପ୍ରବାସୀ ୧୪ ଦିନିଆ ସଙ୍ଗରୋଧ ସମାପ୍ତ କରିଥିବା ବେଳେ ତାଙ୍କର ସ୍ୱାବ ପରୀକ୍ଷା କରାଯାଇନାହିଁ ଏବଂ ବିନା ପରୀକ୍ଷାରେ ଡିସଚାର୍ଜ କରାଯାଉଛି। ସଂଗରୋଧ କେନ୍ଦ୍ର ଅପରିଷ୍କାର ସହ ସେମାନଙ୍କୁ ଠିକ୍ ଖାଦ୍ୟ ମଧ୍ୟ ପରିବେଷଣ କରାଯାଉନାହିଁ ବୋଲି ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ତିର୍ତୋଲ ତହସିଲଦାର ସୁଜାତା ପାତ୍ର ଓ ସ୍ଥାନୀୟ ପୋଲିସ ପହଞ୍ଚି ପ୍ରବାସୀ ମାନଙ୍କୁ ବୁଝସୁଝା କରିବା ସହିତ ସମସ୍ତଙ୍କ ସ୍ୱାବ ଟେଷ୍ଟ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା।

Khansweb Solution Bhubaneswar

Leave A Reply

Your email address will not be published.