ଜଗତସିଂହପୁର,୨୯/୭(ଓଡ଼ିଆ ନ୍ୟୁଜ): ଆଜି ଜଗତସିଂହପୁର ମୂଖ୍ୟାଳୟରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ୱାରା ଏକ ତୁରନ୍ତ ମେସିନ ଓ ବାୟୋସେଫଟି କ୍ୟାବିନେଟ ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଚିକିତ୍ସା ଅଧିକାରୀ ଡାଃ ବିଜୟ ପଣ୍ଡା,ଡାଃ ବସନ୍ତ ବାରିକଙ୍କ ସମେତ ଅନ୍ୟ ମେଡିକାଲ କର୍ମଚାରୀ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟ ଅଧିକାରୀ ନିଜ ବିବୃତିରେ କହିଛନ୍ତି ଯେ ଏହି ମେସିନ ଦ୍ୱାରା ଆଗାମୀ ଦିନରେ ଜଗତସିଂହପୁର ମୂଖ୍ୟ ଡାକ୍ତରଖାନାରେ କରୋନା ସ୍ୱାବ ଟେଷ୍ଟ କରାଯାଇପାରିବ ।




