banner
Breaking

ବ୍ରାହ୍ମଣ ସୁରକ୍ଷା ପରିଷଦ ପକ୍ଷରୁ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ।

0

ଜଗତସିଂହପୁର,୨୯/୭(ଓଡ଼ିଆ ନ୍ୟୁଜ): ବ୍ରାହ୍ମଣ ସୁରକ୍ଷା ପରିଷଦ ଚାରି ଟେବୁଲ ଟ୍ରଷ୍ଟ ତରଫରୁ ବିଭିନ୍ନ ଗଣମାଧ୍ୟମରେ କାର୍ଯରତ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି। କରୋନା ମହାମାରୀର ଭୟାବହତା ଭିତରେ ନିଜ ଜୀବନକୁ ବାଜି ଲଗାଇ ପରିବାରକୁ ପଛରେ ପକାଇ ସାମ୍ବାଦିକମାନେ ଖବର ସ°ଗ୍ରହ କରିବା ସହିତ କରୋନା ସଚେତନତା ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଉଛନ୍ତି। ତେଣୁ ସେମାନେ ହେଉଛନ୍ତି କରୋନା ଯୋଦ୍ଧା। ସେମାନଙ୍କୁ ଯେତେ ଉପାଧି ଦେଲେ କମ୍ ହେବ ବୋଲି ଆଜି ଜଗତସିଂହପୁର ସ୍ଥିତ ସାରଦା ମଣ୍ଡପ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ସଭାପତିତ୍ୱ କରି ଟ୍ରଷ୍ଟର ରାଜ୍ୟ ସଭାପତି ଆଲୋକ ପଣ୍ଡା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ମିଶ୍ର, କାଳୁ ଚରଣ ଶତପଥୀ,ବିଶ୍ଵନାଥ କର,ମୃତ୍ୟୁଞ୍ଜୟ ଦାଶ,ବିଭୂରଞ୍ଜନ ନନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୂଚାର ରୂପେ ସମ୍ପାଦନ କରିଥିଲେ। ଏଥିରେ ସାମ୍ବାଦିକ ଶୁଭଙ୍କର ଜେନା,ଦିପ୍ତି ରଂଜନ ମହାନ୍ତି,ସୋମନାଥ ପରିଡା,ପିନାକୀ ମହାନ୍ତି,କାଳନ୍ଦୀ ଦାଶ ପ୍ରମୂଖ ଉପସ୍ଥିତ ରହି ମାନପତ୍ର ଓ ଉତ୍ତରିୟ ଗ୍ରହଣ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.