banner
Breaking

ପରିବା ଦୋକାନରେ ରଶି ଲଗାଇ ଝୁଲିଲେ ଯୁବକ।

0

ଜଗତସିଂହପୁର,(ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ସଅଁରା ପଞ୍ଚାୟତ ଅନ୍ତର୍ଗତ ସଅଁରା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସଅଁରା ଗ୍ରାମର ଧନେଶ୍ୱର ମହାନ୍ତିଙ୍କର ସାନ ପୁଅ ଅଜୟ କୁମାର ମହାନ୍ତି ସଅଁରା ବଜାରଠାରେ ଥିବା ନିଜ ପରିବା ଦୋକାନରେ ବେକରେ ରଶି ଲଗାଇ ଝୁଲି ପଡିଛନ୍ତି। ଖବର ପାଇ ଘଟଣାସ୍ଥଳରେ କନକପୁର ଫାଣ୍ଡି ପୋଲିସ ପହଁଚି ଶବ ଜବତ କରି ବ୍ୟବଛ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଛି।
ସୂଚନା ମୂତାବକ ବିଗତ କିଛି ଦିନ ହେଲା ଅଜୟଙ୍କ ପରିବାରରେ ପରିବାରିକ ଅଶାନ୍ତି ଲାଗିରହିଥିଲା। ଅଜୟ ବିବାହିତ ଥିଲେ ମଧ୍ୟ ତାଙ୍କ ସ୍ତ୍ରୀ ଗୋଟେ ମାସ ହେଲା ନିଜ ବାପଘରେ ରହିଆସୁଥିଲେ। ଗତକାଲି ରାତିରେ ଅଜୟ ସଅଁରା ବଜାରରେ ବୁଲୁଥିବାର କିଛି ଲୋକ ଦେଖିଛନ୍ତି।
ପାରିବାରିକ ଅଶାନ୍ତିରେ ଅଜୟ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରି ଆତ୍ମ ହତ୍ୟାର ରୂପ ଦିଆଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୁଷ୍ଟି କରିଛି। ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Khansweb Solution Bhubaneswar

Leave A Reply

Your email address will not be published.