banner
Breaking

ବରିଷ୍ଠ ବିଜେଡି ନେତା ସ୍ବର୍ଗତ ବିଷ୍ଣୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି।

0

ଜଗତସିଂହପୁର,୧୬/୭(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ସଂସ୍କୃତି ଭବନ ଠାରେ ଦିବଂଗତ ତିର୍ତ୍ତୋଲ ବିଧାୟକ ଜଗତସିଂହପୁରର ମଉଡମଣି,ନୂତନ ଜଗତସିଂହପୁରର ନିର୍ମାତା ବିଷ୍ଣୁ ଦାସଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ନାଗରିକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ସାଂସଦ ରାଜଶ୍ରୀ ମଲିକ,ମନ୍ତ୍ରୀ ତଥା ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ,ମନ୍ତ୍ରୀ ପ୍ରତାପ ଜେନା,ରାଜ୍ୟ ବିଜେଡ଼ି ସଭାନେତ୍ରୀ ମିନତି ବେହେରା,ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ଵାଳ,ରଘୁନାଥପୁର ବ୍ଲକ ଅଧକ୍ଷା ସ୍ୱପ୍ନସରିତା ବଳ,ନାରୀ ନେତ୍ରୀ କନକ ପ୍ରଭା ଲେଙ୍କା,ବିଜେଡ଼ି ସଂଖ୍ୟା ଲଘୁ ସେଲ୍ ଅଧକ୍ଷ ମିର ଅଜମିର ଅଲି,ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ,ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର,ବିଜେପି ନେତା ଉପେନ୍ଦ୍ର ବିଶ୍ଵାଳ,ନଗର ବିଜେଡ଼ି ସଭାପତି ପ୍ରିୟବ୍ରତ ମହାପାତ୍ର, ଜିଲ୍ଲା ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ସମିତ କୁମାର ଲେଙ୍କା,ପୂର୍ବତନ ପୌର ପରିଷଦ ଅଧକ୍ଷ ମଧୁସୂଦନ ସାହୁ ପ୍ରମୂଖ ଉପସ୍ଥିତ ରହି ସ୍ୱର୍ଗତ ବିଷ୍ଣୁ ଦାସଙ୍କର ସ୍ମୁତି ଚାରଣ କରିଥିଲେ,

ସେହିପରି ସ୍ୱର୍ଗତ ଦାସଙ୍କର ମୁକୁନ୍ଦପୁର ବାସଭବନରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାସ ଦାସ,ମହାକାଳପଡା ବିଧାୟକ ଅତନୁ ସବ୍ୟସଚି ନାୟକ,ଶ୍ରମିକ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ସନ୍ତୋଷ ପଟ୍ଟନାୟକ,ବିଧାୟକ ପ୍ରଶାନ୍ତ ମୂଦୁଲି,ତିର୍ତ୍ତୋଲ ଆତ୍ମା ଅଧକ୍ଷ ବସନ୍ତ ମହାପାତ୍ର,ରଘୁନାଥପୁରର ଯୁବ ନେତା ସରୋଜ ସ୍ୱାଇଁ ପ୍ରମୂଖ ଯୋଗ ଦେଇ ଅମର ଆତ୍ମାର ସଦଗତି କାମନା କରିଥିଲେ,

ସେହିପରି ଜଗତସିଂହପୁର ସାଇ ମନ୍ଦିର ପରିସରରେ ପୂର୍ବତନ ପାରିଷଦ ହେମନ୍ତ କୁମାର ଲେଙ୍କାଙ୍କ ତତ୍ୱବଧାନରେ,ପୁନଙ୍ଗ ପଞ୍ଚାୟତ ପରିସରରେ ପଞ୍ଚାୟତ ବିଜେଡି ସଭାପତି ସୁଜିତ ଘୋସଙ୍କ ତତ୍ୱବଧାନରେ,ସଅଁରା ଠାରେ ସୁରେନ୍ଦ୍ର ଦାସଙ୍କ ତତ୍ୱବଧାନରେ,ବିସନପୁର ପଞ୍ଚାୟତ ଠାରେ ବସନ୍ତ ମହାପାତ୍ରଙ୍କ ତତ୍ୱବଧାନରେ,ବିରିତୋଳ ପଞ୍ଚାୟତ ଠାରେ ଅଶ୍ୱୀନୀ ଦାସଙ୍କ ତତ୍ୱବଧାନରେ,ବିରିଡି ବ୍ଲକ ଅରଣା ଠାରେ ଜିତେନ ବେହେରାଙ୍କତତ୍ୱବଧାନରେ ସ୍ମୁତି ସଭାମାନ ଅନୁଷ୍ଠିତ ହୋଇଯାଇଅଛି।

Khansweb Solution Bhubaneswar

Leave A Reply

Your email address will not be published.