banner
Breaking

ସ୍ବର୍ଗତ ବିଷ୍ଣୁ ଦାସଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ ମନ୍ତ୍ରୀ

0

ଜଗତସିଂହପୁର,୧୦/୭(ଓଡ଼ିଆ ନ୍ୟୁଜ): ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ବିୟୋଗରେ ଜଗତସିଂହପୁରରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ମନ୍ତ୍ରୀ, ବିଧାୟକ, ନେତାଙ୍କ ଠାରୁ ଆରମ୍ଭ କରି କର୍ମୀ ଏବଂ ବିଭିନ୍ନ ଲୋକମାନଙ୍କ ସୁଅ ଛୁଟିଛି। ଆଜି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଜଗତସିଂହପୁର ଗସ୍ତରେ ଆସି ଦିବଂଗତ ନେତା ବିଷ୍ଣୁ ଦାସଙ୍କ ପରିବାରର ସଦସ୍ୟ ମାନଙ୍କୁ ଭେଟିଥିଲେ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଆଶ୍ବାସନା ଦେଇଥିଲେ। ତାଙ୍କ ସହିତ ଜଗତସିଂହପୁରର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ମୁଦୁଲି, ନଗର ବିଜେଡି ସଭାପତି ପ୍ରିୟବ୍ରତ ମହାପାତ୍ର,ଜିଲ୍ଲା ଛାତ୍ର କାର୍ଯ୍ୟକାରୀ ସଭାପତି ସମିତ କୁମାର ଲେଙ୍କା ,କୃଷକ ସଭାପତି ପ୍ରକାଶ ବସ୍ତିଆ ,ଆଇନଜୀବି ଦୋଳଗୋବିନ୍ଦ ଦାଶ ,ପୂର୍ବତନ ପୌର ପରିଷଦ ଅଧକ୍ଷ ମଧୁସୂଦନ ସାହୁ,ଯୁବ ନେତା ସୁଜିତ୍ ଘୋଷ,ସରୋଜ ବିଶ୍ଵାଳ,ରତିରଞ୍ଜନ ବେହେରା ଓ ଅନେକ ବିଜେଡି ନେତୃବୃନ୍ଦ ମାନେ ଯୋଗ ଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.