banner
Breaking

ଜଗତସିଂହପୁରରେ ପହଞ୍ଚିଲା ବିଷ୍ଣୁ ଦାସଙ୍କ ମରଶରୀର। ଶେଷ ଦର୍ଶନ କଲେ ଅଞ୍ଚଳବାସୀ,ମନ୍ତ୍ରୀ, ବିଧାୟକ ଓ ନେତୃମଣ୍ଡଳୀ।

ରିପୋର୍ଟ-ଅବନୀ କାନ୍ତ ଦାଶ

0

ଜଗତସିଂହପୁର,୭/୭(ଓଡ଼ିଆ ନ୍ୟୁଜ) ଜଗତସିଂହପୁରରେ ପହଞ୍ଚିଛି ବରିଷ୍ଠ ବିଜେଡି ନେତା ତଥା ଜଗତସିଂହପୁରର ମଉଡମଣୀ ଏବଂ ଦଳିତଙ୍କ ବାଦଶାହା ବିଷ୍ଣୁ ଦାସଙ୍କ ମରଶରୀର। ବିଷ୍ଣୁ ଦାସ ଅମର ରହେ ଧ୍ବନିରେ ଫାଟି ପଡିଛି ଜଗତସିଂହପୁର ମାଟି। ନିଜର ପ୍ରିୟ ନେତାଙ୍କୁ ହରାଇ ସମସ୍ତେ ଦୁଖରେ ଭାଙ୍ଗି ପଡିଛନ୍ତି। ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ମନ୍ତ୍ରୀ, ବିଧାୟକ ଓ ଦଳୀୟ ନେତୃମଣ୍ଡଳୀ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରଘୁନନ୍ଦନ ଦାସ,ପ୍ରଶାନ୍ତ ମୁଦୁଲି ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି। କରୋନା ଦୃଷ୍ଟିରୁ ସାମାଜିକ ଦୂରତା ରକ୍ଷାକରି ଜିଲ୍ଲାର ଛାମୁଆ ନେତା ଓ କର୍ମୀମାନେ ଶେଷ ଦର୍ଶନ କରିଛନ୍ତି। ସ୍ଵର୍ଗଦ୍ବାରରେ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ବୋଲି ପୁତ୍ର ବିଜୟ ଦାସ କହିଛନ୍ତି ।
ସୂଚନାଯୋଗ୍ୟ ବିଜେଡିର ବରିଷ୍ଠ ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କର ଗତକାଲି ରାଜଧାନୀର ଏକ ବେସରକାରୀ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା। କିଛିଦିନ ତଳେ ଗୁରୁତତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ତାଙ୍କର ୬୬ ବୟସରେ ପରଲୋକ ଘଟିଛି। ୬ ଥର ବିଧାୟକ, ଥରେ ମନ୍ତ୍ରୀ, ଥରେ ସାଂସଦ ହୋଇଥିଲେ ବିଷ୍ଣୁ। ଜଗତସିଂହପୁରରୁ ୫ ଥର, ତିର୍ତ୍ତୋଲରୁ ଥରେ ବିଧାୟକ ହୋଇଥିଲେ ବିଷ୍ଣୁ ଦାସ। ସେ ସ୍ୱଳ୍ପକାଳ ପାଇଁ ରାଜ୍ୟସଭା ସାଂସଦ ମଧ୍ୟ ହୋଇଥିଲେ। ସେହିପରି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ବିଷ୍ଣୁ।ଜୁନ୍ ୨୨ତାରିଖରେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହେବାପରେ ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ଦାସଙ୍କର ବ୍ରେନ୍ ଷ୍ଟ୍ରୋକ୍ ହେବାପରେ ମୁଣ୍ଡରେ ରକ୍ତଜମାଟ ବାନ୍ଧି ଯାଇଥିଲା। ଜୁନ୍ ୨୩ତାରିଖ ସକାଳେ ଏକ ଅସ୍ତ୍ରୋପଚାର କରାଯାଇଥିଲା । କିନ୍ତୁ ଶ୍ରୀ ଦାସଙ୍କର ଡାଇବେଟିସ୍‌, ବ୍ଲଡପ୍ରେସର ଓ ଅନ୍ୟାନ୍ୟ ବାର୍ଦ୍ଧକ୍ୟଜନିତ ରୋଗ ଥିବାରୁ ସେବେଠୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିଲା ଓ ଗତକାଲି ସ୍ୱାସ୍ଥ୍ୟବସ୍ଥାରେ ଦ୍ରୁତ ଅବନତି ଦେଖାଦେଇଥିଲା। ତେବେ ଡାକ୍ତରୀ ଟିମର ସବୁ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଂଚାଇବା ସମ୍ଭବପର ହୋଇନଥିଲା।

Khansweb Solution Bhubaneswar

Leave A Reply

Your email address will not be published.