banner
Breaking

ତିର୍ତ୍ତୋଲ ବ୍ଲକ ବରିତୋଳ ପଞ୍ଚାୟତରେ ରାଶନ କାର୍ଡ ଦୁର୍ନୀତି।

ରସଲପୁର ଡିଲରଙ୍କ ନାମରେ ଲାଞ୍ଚ ଅଭିଯୋଗ

0

ଜଗତସିଂହପୁର,୨୯/୬(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ କାରଣରୁ ଲକଡାଉନ, ଶଟଡାଉନ ହେବା ଫଳରେ ଲୋକଙ୍କ ଜୀବନ ଜୀବିକା ଉଜୁଡି ଯାଇଛି।ଗରିବ, ଖଟିଖିଆ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାମଧନ୍ଦା ସବୁ ବନ୍ଦ ପରିବାର ଚଳିବା ପାଇଁ ଟଙ୍କାଟିଏ ପାଖରେ ନାହିଁ। କେବଳ ସରକାରୀ ସହାୟତାରେ ମିଳୁଥିବା ଚାଉଳ ଗହମ ଏକମାତ୍ର ଭରଷା। କିନ୍ତୁ ରାଶନ ସାମଗ୍ରୀରେ ଚାଲିଛି ମହା ଦୁର୍ନୀତି। ତେଲିଆ ମୁଣ୍ଡରେ ତେଲ । ଡିଲର ଓ ନେତାଙ୍କ ମଧୁଚନ୍ଦ୍ରୀକାରେ ବଳି ପଡୁଛନ୍ତି ନିରୀହ ଗରିବ ଲୋକ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଜଗତସିଂହପୁର ଜିଲ୍ଲାରେ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିରିତୋଳ ପଞ୍ଚାୟତର ରସଲପୁର୍ ଗ୍ରାମର ମହମ୍ମଦ ଇଦ୍ରିସ୍ ଖାନ ଆଣିଛନ୍ତି ଦୁର୍ନୀତି ଅଭିଯୋଗ। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଗ୍ରାମରେ ଯାହାର ଦୁଇ ଚକିଆ ଓ ଚାରି ଚକିଆ ଯାନ ,କୋଠା ଘର ଅଛି ସେମାନେ ରାସନ କାର୍ଡ ପାଇଛନ୍ତି। କିନ୍ତୁ ଯିଏ ପ୍ରକୃତ ରାସନ କାର୍ଡ ପାଇବାକୁ ଯୋଗ୍ୟ ତାଙ୍କର ରାସନ କାର୍ଡ କଟାଯାଇଛି।ଏଥି ସହିତ ରାସନ କାର୍ଡରେ ନୂତନ ନାମ ସଂଯୋଗ କରିବା ପାଇଁ ଡିଲର ତହୁର ଅଲ୍ଲି ଟଙ୍କା ଦାବି କରୁଛନ୍ତି ବୋଲି ଇଦ୍ରିସ କହିଛନ୍ତି।ସେ ଆଜି ଜିଲ୍ଲାପାଳଙ୍କୁ ଭେଟି ବେଆଇନ ଭାବେ ରାସନ କାର୍ଡ ହାତେଇଥିବା ମୋଟ ୪୬ ଜଣଙ୍କ ସହିତ ଡିଲର ତହୁର ଅଲ୍ଲିଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.