banner
Breaking

ତିର୍ତ୍ତୋଲ ସୂତାକଳ ପୁର୍ନବାର କାର୍ଯ୍ୟକ୍ଷମ କରିବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

0

ଜଗତସିଂହପୁର,୨୦/୬(ଓଡ଼ିଆ ନ୍ୟୁଜ): ତିର୍ତ୍ତୋଲ ସୂତାକଳ ପୁର୍ନବାର କାର୍ଯ୍ୟକ୍ଷମ କରିବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜଗତସିଂହପୁର ଜିଲ୍ଲାର ସଚେତନ ଯୁବକମାନେ ତିର୍ତ୍ତୋଲ ସ୍ଥିତ ଶାରଳା ସମବାୟ ସୂତାକଳ ପୁର୍ନବାର କାର୍ଯ୍ୟକ୍ଷମ କରିବାପାଇଁ ଜଗତସିଂହପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।
ମହାମାରୀ କରୋନା ସମୟରେ ଜଗତସିଂହପୁର ଜିଲ୍ଲାକୁ ୧୫ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେମାନଙ୍କ ମଧ୍ୟରେ ସୁରତର ବିଭିନ୍ନ ସୂତାକଳରେ କାମ କରୁଥିବା ବହୁ କୁଶଳୀ କାରିଗର ଓ ଶ୍ରମିକ ମଧ୍ୟ ଅଛନ୍ତି । ଯଦି ସୂତାକଳ ଟି କାର୍ଯ୍ୟକ୍ଷମ ହୁଏ ତାହେଲେ ସେମାନେ ବହୁ ପରିମାଣରେ ଉପକୃତ ହେବା ସହ ନିଜ ଜିଲ୍ଲାରେ ଚାକିରି କରି ପାରିବାର ଭରଣପୋଷଣ କରିପାରିବେ। ଏଥିସହ ଜିଲ୍ଲାର ବେକାରୀ ସମସ୍ୟା ଦୂରହେବ ଓ ଜିଲ୍ଲାର ଆର୍ଥିକ ବିକାଶ ମଧ୍ୟ ହେବ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ଏହି କାର୍ଯ୍ୟକ୍ରମରେ ଅଜୟ କୁମାର ଗୋଛାୟତ, କାଳୀ କିଙ୍କର ମହାନ୍ତି, ରବିନାରାୟଣ କର,ସୌଭାଗ୍ୟ ସ୍ୱାଇଁ,ରୁଦ୍ର ଆଚାର୍ଯ୍ୟ,କାଳନ୍ଦୀ ଦାଶ,ଅବନୀକାନ୍ତ ଦାଶ,ଶ୍ୟାମ ସୁନ୍ଦର ସାହୁ ,ସୁରେଶ ମଲ୍ଲିକ ,ଅଂଶୁମାନ ମହାନ୍ତି ,ଆଶିଷ ମହାନ୍ତି ,ପବିତ୍ର କୁମାର୍ ମହାନ୍ତି ,ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ସାମାଜିକ ଦୂରତା ପାଳନ କରିବା ସହ ଦାବି ପ୍ରଦାନ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.