ଜଗତସିଂହପୁର,୧୮/୬(ଓଡ଼ିଆ ନ୍ୟୁଜ): କରୋନା ପ୍ରଭାବ ପାଇଁ ରାଜ୍ୟରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇପାରୁନଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପ୍ରତ୍ୟେକ ଜିଲ୍ଲାରେ କାର୍ଯ୍ୟ ଆରମ୍ଭ ହୋଇଛି। ଦୀର୍ଘଦିନ ଧରି ଅବହେଳାରେ ପଡ଼ିଥିବା ଜଗତସିଂହପୁର ସହର ର ରୂପରେଖ ବଦଳେଇବା ପାଇଁ ଆଜି ଅଣ୍ଟା ଭିଡିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ।କଲେଜ ଛକ ଠାରେ ଏକ ବସ୍ ଓ୍ୱେ ର ନିର୍ମାଣ,ପୁରୁଣା ବସ ଷ୍ଟାଣ୍ଡ ପାଖ କେନାଲଉପରେ ଛାତ ପଡି ପାର୍କିଂ ହେବା ପାଇଁ ଥିବା ଜାଗା,ନୂତନ ଭାବେ ନିର୍ମିତ ହେବାକୁ ଥିବା ଇନଡୋର ଷ୍ଟାଡିୟମ ସହ ବିଭିନ୍ନ ପ୍ରକଳ୍ପର ସ୍ଥିତି ଅନୂଧ୍ୟାନ କରିବା ସହ ସହର ମଧ୍ୟରେ ସିଟି ବସ କିପରି ଭାବେ ଚଳାଚଳ କରିବ ସେ ବିସୟରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଲସମ୍ପଦ ବିଭାଗ ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।





