banner
Breaking

କୁଜଙ୍ଗ ଯୁବ ସମାଜ ତରଫରୁ ଗରିବ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ।

0

ଜଗତସିଂହପୁର,୧୭/୫(ଓଡ଼ିଆ ନ୍ୟୁଜ) କରୋନା ମହାମାରୀ ପାଇଁ ତାଲାବନ୍ଦ କାରଣରୁ ଗରିବ ଅସହାୟ ଲୋକମାନଙ୍କର କାମଧନ୍ଦା ସବୁ ବନ୍ଦ ହୋଇଯାଇଛି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ହଇରାଣ ହରକତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପାରାଦୀପ ନିର୍ବାଚନମଣ୍ଡଳୀର ଯୁବ ନେତା ସମ୍ପଦ ସ୍ୱାଇଁ ଙ୍କ ନିର୍ଦ୍ଦେଶ କ୍ରମେ କୁଜଙ୍ଗ ଯୁବ ସମାଜ ତରଫରୁ କବିର ପ୍ରସାଦ ଦାସଙ୍କ ନେତୃତ୍ୱରେ କୁଜଙ୍ଗ ଅଞ୍ଚଳ ର ବିଭିନ୍ନ ପଞ୍ଚାୟତରେ ଗରିବ ଅସହାୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ।ସେମାନଙ୍କ ଘର ପାଖକୁ ଯାଇ ସୁବିଧା ଅସୁବିଧା ବୁଝିବା ସହ ଦୁଖଃର ସାଥି ହୋଇଛନ୍ତି। ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବିତ ଦାସ,ଅବିନାଶ ଦାସ,ସମିର ସାହୁ , ମୁନାରାଜ ସ୍ୱାଇଁ, ମାନସ ମିଶ୍ର ,ଅଜିତ୍ ଦାସ,ଜୀବନ ଜ୍ୟୋତି ଦାସ, ମୃତ୍ୟୁଜୟ ଦାସ,ଧନଞ୍ଜୟ ଦାସ ପ୍ରମୁଖ କାର୍ଯକ୍ରମ ପରିଚାଳନା ରେ ସାହାଯ୍ୟ କରିଥିଲେ ।କୁଜଙ୍ଗ ଯୁବ ସମାଜ ଓ କବିର ପ୍ରସାଦ ଦାସ ଙ୍କ ଏହି କାର୍ଯ୍ୟକ୍ରମ କୁ ଅଞ୍ଚଳ ବାସୀ ପ୍ରଶ°ସା କରିବା ସହ ସ୍ବାଗତ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.