banner
Breaking

ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଲା ସାମାଜିକ ଅନୁଷ୍ଠାନ ଆଫିନ ଓଆଇଜି

0

ଜଗତସିଂହପୁର,୧୦/୫(ଓଡ଼ିଆ ନ୍ୟୁଜ): କରୋନା ଯୋଗୁଁ ସୃଷ୍ଟି ହୋଇଥିବା ପ୍ରତିକୂଳ ପରିସ୍ଥିତି ଯୋଗୁଁ ଅନେକ ଗରିବ ଅସହାୟ ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ମେରୁଦଣ୍ଡ ଜରାଜୀର୍ଣ୍ଣ ହୋଇ ପଡିଛି | ଏହିପରି ସମୟରେ ହଂସୁରା ଓ ପୋରଗଦେଇ ଅଞ୍ଚଳରେ ୧୫ ରୁ ଉର୍ଦ୍ଧ୍ବ ଗରିବ ପରିବାରକୁ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ସମାଜସେବୀ ସଙ୍ଗଠନ ଆଫିନ ଓଆଇଜି ତରଫରୁ ଯୋଗାଇ ଦିଆ ଯାଇଛି | ଏହି କାର୍ଯ୍ୟର ସମସ୍ତ ଦାୟୀତ୍ୱ ସୁଚାରୁ ରୂପେ ସମ୍ପାଦନ କରିଥିଲେ ଆଫିନ ଓଆଇଜିର ଯୁଗ୍ମ ସମ୍ପାଦକ ବିଶ୍ୱଜିତ ଦାଶ ଓ ଅଶେଷ ସ୍ମୃତି ରଞ୍ଜନ ଚୌଧୁରୀ |କରୋନା ଯୋଗୁଁ ଲକଡାଉନ ଆରମ୍ଭ ହେବା ପରଠୁ ଆଫିନ ଓଆଇଜି ଏ ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାର ପ୍ରାୟ ୧୫୦ ଜଣ ଗରିବ,ଅସହାୟ,ମଧ୍ୟବିତ୍ତ ପରିବାରଙ୍କୁ ଶୁଖିଲା ଖାଦ୍ୟ-ରାସନ-ସାବୁନ ଯୋଗାଇଛି ଏବଂ ଦରକାର ସମୟରେ ରକ୍ତଦାନ ମଧ୍ୟ କରିଛି ।ଆଫିନ ଓଆଇଜି ର ଏପରି କାର୍ଯ୍ୟ କୁ ସାଧାରଣ ରେ ପ୍ରଶଂସା କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.