banner
Breaking

ବିଶ୍ଵ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ

0

ଜଗତସିଂହପୁର,୫/୬(ଓଡ଼ିଆ ନ୍ୟୁଜ):ବିଶ୍ଵ ଓଡ଼ିଆ ମହାସଂଘ ଆୟୋଜନରେ ବିଶ୍ଵ ପରିବେଶ ଦିବସ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଧଳତଙ୍ଗଗଡ ଠାରେ ଅନୁଷ୍ଠିତ ହୋଇଯାଇଛି ।
ବିଶ୍ଵ ଓଡ଼ିଆ ମହାସଂଘର ସଭାପତି ଡ଼ ସୁରେନ୍ଦ୍ରନାଥ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ଡ଼ା ରାଜଶ୍ରୀ ମଲିକ ଯୋଗ ଦେଇ ଉଦଘାଟନ ସହିତ ବୃକ୍ଷ ରୋପଣ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ରଘୁନାଥପୁର ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ,ଜିଲ୍ଲା ପରିଷଦ ସଭ୍ୟ ଡେ ଜା ଲିନି ମହାପାତ୍ର,ବିଜେଡ଼ି ନେତା ଗୌତମ ପାଲିତ୍ ପ୍ରମୁଖ ଉପସ୍ଥିତ ରହିଥିଲେ ।


ସେହିପରି ନେତାଜୀ ଫାଉଣ୍ଡେସନ ତରଫରୁ ସଭାପତି ଅବନୀକାନ୍ତ ଦାଶ ଙ୍କ ନେତୃତ୍ୱରେ ସ୍ଥାନୀୟ ତରଡ଼ାପଡ଼ା ଅଞ୍ଜଳରେ ବୃଷ ରୋପଣ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଅମିୟ ରଞ୍ଜନ ପଣ୍ଡା ,ଯୁଗ୍ମ ସମ୍ପାଦକ ସୌଭାଗ୍ୟ ଦାଶ,ନେତାଜୀ ଫାଉଣ୍ଡେସନର ସଭ୍ୟ ସୌମ୍ୟ ରଂଜନ ଦାଶ(ସିପୁନ),ପ୍ରତ୍ୟୁଷ କୁମାର ଦାଶ,ଆଶିର୍ବାଦ ତ୍ରିପାଠୀ,ଅମ୍ବିକା କାନ୍ତ ଦାଶ , ସୌମ୍ୟ ରଂଜନ ଦାଶ(ବାପି),ଆଶୁତୋଷ ଦାଶ,ଚନ୍ଦନ ମିଶ୍ର,ସାରଦା ପ୍ରସନ୍ନ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାର ରୂପେ ପାଳନ କରିଥିଲେ ।

ସେହିପରି ନେହେରୁ ଯୁବ କେନ୍ଦ୍ର ସଂଗଠନ ଜଗତସିଂହପୁର ତରଫରୁ ରଘୁନାଥପୁର ବ୍ଲକ ଅନ୍ତର୍ଗତ ମା ନାରାୟଣୀ ଡ୍ରାମାଟିକ୍ କ୍ଲବ ରାଢଂଗ ଆୟୋଜନରେ ଜୟ ଯବାନ ଜୟ କିସାନ,ଧୂଆଁପାରୀ ସହଯୋଗରେ ଆଜି ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୂଖ୍ୟ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ସଂଯୋଜକ ନିଖିଲ କଲୋଲା ,ପବିତ୍ର ମୋହନ ସୁବୁଦ୍ଧି ,ନେହେରୁ ଯୁବ କେନ୍ଦ୍ର ବ୍ଲକ ସଂଯୋଜକ ପ୍ରୀତି ରଂଜନ ରାଉତ,ସରପଞ୍ଚ ବିଷ୍ଣୁ ଚରଣ ରାଉତ,ଉପଦେଷ୍ଟା ଇଂ ଆଶୁତୋଷ ମହାପାତ୍ର,ସଭାପତି ଅକ୍ଷୟ ଜେନା,ସମ୍ପାଦକ ତରୁଣ କୁମାର ଜେନା,ଉପସଭାପତି ମନୋଜ ବିଶ୍ୱାଳ,କୋଷାଧ୍ୟକ୍ଷ ସରୋଜ ଜେନା,ଅଣାକାର ରାଉତ,ବିନୟ ବିଶ୍ୱାଳ,ଉଲ୍ଲାସ ରାଉତ,ପଞ୍ଚାନନ ସେଠୀ,ଝରେନ୍ଦ୍ର ସାହୁ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.