banner
Breaking

ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଲେ ” ମେଁ ଉଇ ହେଲ୍ପ ୟୁ ” ସଂଗଠନ

0

ଜଗତସିଂହପୁର,୩।୬(ଓଡ଼ିଆ ନ୍ୟୁଜ):କରୋନା ମୁକାବିଲା ପାଇଁ ସାରା ଦେଶରେ ଚାଲିଛି ଲକଡାଉନ | ଏହାର ପ୍ରଭାବରେ ବହୁତ ଗରିବ ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ | ଏହିପରି ଏକ କଠିନ ସମୟରେ କିଛି ଗରିବ ଅସହାୟ ପରିବାରକୁ ସହଯୋଗର ହାତ ବଢ଼ାଇଛନ୍ତି ଆଦିକବି ସାରଳା ଦାସ ମହାବିଦ୍ୟାଳୟ, ତିର୍ତ୍ତୋଲର କିଛି ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ସମାଜସେବୀ ସଙ୍ଗଠନ ” ମେଁ ଉଇ ହେଲ୍ପ ୟୁ ? ” ର ସଭ୍ୟ ମାନେ | ନିଜ ପକେଟ ଖର୍ଚ୍ଚରୁ ଅଳ୍ପ ଅଳ୍ପ କରି ପଇସା ସଞ୍ଚୟ କରି , ସେମାନେ ୧୪ ଟି ଗରିବ ପରିବାରକୁ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି | ଏହି କାର୍ଯ୍ୟକ୍ରମ ସୁଦାମ ସ୍ୱାଇଁଙ୍କ ନେତୃତ୍ୱ ରେ ହୋଇଥିଲା | ସଙ୍ଗଠନର ପ୍ରତିଷ୍ଠାତା ଜିବେଶ କୁମାର ଦେବଦର୍ଶନ ଓ ଅନ୍ୟ ସଭ୍ୟଗଣଙ୍କ ବିଷ୍ଣୁ ରଞ୍ଜନ ସାହୁ , ଦିବ୍ୟଜ୍ୟୋତି ସାହୁ ,ଓମ ପ୍ରକାଶ ମୁଦୁଲି ,ଜ୍ଞାନ ରଞ୍ଜନ ସ୍ୱାଇଁ ଓ ଅଂଶୁମାନ ସାହୁ ପ୍ରମୁଖ ସହଯୋଗର ହାତ ବଢେଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.