banner
Breaking

ବନ୍ଦେ ଉତ୍କଳ ଜନନୀ ଗୁଞ୍ଜରଣରେ ପୂରି ଉଠିଲା ଜଗତସିଂହପୁର।

0

ଜଗତସିଂହପୁର,୩୦/୫(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ କରୋନା ଯୋଦ୍ଧା ମାନଙ୍କ ସମ୍ମାନାର୍ଥେ ଜଗତସିଂହପୁର ବିଜୁ ଜନତା ଦଳ ତରଫରୁ ସାମାଜିକ ଦୂରତା ରକ୍ଷା କରି ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ମାନ୍ୟବର ବିଧାୟକ,ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଉପସ୍ଥିତିରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି , ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ବିଜୟାଲକ୍ଷ୍ମୀ ବେହେରା, ଜିଲ୍ଲାପରିଷଦ ସଭ୍ୟା କିରଣବାଲା ସାସମଲ,ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବିଦତ୍ତ ମହାନ୍ତି, ଜିଲ୍ଲା ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ତଥା ଯୁବ ନେତା ଇ° ସମିତ କୁମାର ଲେଙ୍କା,ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ମଧୁସୂଦନ ସାହୁ,ନଗର ବିଜେଡ଼ି ସଭାପତି ପ୍ରିୟବ୍ରତ ମହାପାତ୍ର, ଜଗତସିଂହପୁର ବିଜେଡ଼ି ବ୍ଲକ ସଭାପତି ମନୋଜ ଭୋଇ ,ଦୋଳଗୋବିନ୍ଦ ଦାଶ, ,ଯୁବ ନେତା ସୁଜିତ୍ ଘୋଷ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସେହିପରି ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅାହ୍ୱାନ କ୍ରମେ ତିର୍ତ୍ତୋଲର ବିଧାୟକ ବିଷ୍ଣୁ ଦାସଙ୍କ ନେତୃତ୍ୱରେ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ତିର୍ତ୍ତୋଲ ବ୍ଲକ ପରିସରରେ ସମବେତ ଭାବରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବିଷ୍ଣୁ ଦାସଙ୍କ ସମେତ ବିଡିଓ ରଜଂନ ପରିଡା ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ବିଧାୟକ ପ୍ରତିନିଧି ନିରଞ୍ଜନ ସେଠୀ, ଜିଲ୍ଲାପରିସଦ ସଭ୍ୟ ସନାତନ ଦଳାଇ,ସଭ୍ୟା ଲିପାଳି ରାଉଳ ,ଆତ୍ମା ଅଧ୍ୟକ୍ଷ ବସନ୍ତ ମହାପାତ୍ର,ଯୁବ ନେତା ବିମଳ ମହାପାତ୍ର ରଶ୍ମୀରଂଜନ ଚୌଧୁରୀ, ତପନ ମହାନ୍ତି,ଛାତ୍ର ନେତା ରବିନାରାୟଣ କରଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ,ସମିତି ସଭ୍ୟମାନଙ୍କ ସହିତ ବିଭିନ୍ନ ବର୍ଗର ନେତୃବୃନ୍ଦ ଉପସ୍ଥିତ ଥିଲେ।


ସେହିପରି ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ପଞ୍ଚାୟତ ଧୂଆଁପାରୀ ଗ୍ରାମର ଅଗ୍ରଣୀ ସ୍ୱାଛ୍ଛସେବୀ ସଂଗଠନ କ୍ଲବ ଜୟ ଜବାନ ଜୟ କିଷାନ ସଭ୍ୟମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା,
ଏହି ସମବେତ କାର୍ଯ୍ୟକ୍ରମରେ ପୂର୍ବତନ ସଅଁରା ସରପଞ୍ଚ ବିଭୂତି ଭୂଷଣ ଦାଶ,ବିଜୁ ଯୁବ ବାହିନୀ ସଭାପତି ପ୍ରଭୂପ୍ରସାଦ ଦାଶ,କ୍ଲବ ର ସଭାପତି କାଳନ୍ଦୀ ଦାଶ,ସମ୍ପାଦକ ପ୍ରିତିରଂଜନ ରାଉତ,କୋଷାଧକ୍ଷ ଚିତ୍ତ ରଂଜନ ସାହୁ,ସଭ୍ୟ ଦିବ୍ୟଜୀବନ ଦାଶ,ପ୍ରସାନ୍ତ ନାୟକ,ମନୋଜ ନାୟକ,ବିଭୂତି ମଲ୍ଲିକ,ନଳୀନୀକାନ୍ତ ସିଂ,ଅଜିତ ସିଂ,ବିଜୟ ମଲ୍ଲିକ,ୟସ ନାୟକ,ବିଭୂଦତ୍ତ ବାରିକ,ତୋଫାନ ବାରିକ,ସୌଭାଗ୍ୟ ଦାଶ,ସୌଭାଗ୍ୟ ତ୍ରିପାଠୀ,ସୁମନ୍ତ ପୂହାଣ, ଆଶୁତୋସ ଦାଶ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.