banner
Breaking

ଜୟ ଜଗନ୍ନାଥ ପରିବାର ପକ୍ଷରୁ ତୁଳସୀ ଚାରା ଓ ପଣା ବଣ୍ଟନ

0

ଭୁବନେଶ୍ୱର ଜୟ ଜଗନ୍ନାଥ ପରିବାର ପକ୍ଷରୁ ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓ ଓଡିଆ ନବବର୍ଷ ଚନ୍ଦ୍ରଶେଖରପୁର ସ୍ଥିତ ହାଉସିଂବୋର୍ଡ ଛକ ଠାରେ ପାଳିତ ହୋଇଯାଇଛି । ପରିବାରର ପ୍ରତିଷ୍ଠାତା ଭଗବାନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ଆଇନଜୀବୀ ସମରେନ୍ଦ୍ର ସାହୁ, ଯୁବନେତା ମନୋଜ ସାହ, ପ୍ରସନ୍ନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପରିବାର ପକ୍ଷରୁ ପଥଚାରୀ ମାନଙ୍କୁ ହନୁମାନ ଚାଳିଶା, ତୁଳସୀ ଚାରା ଓ ପଣା ବଣ୍ଟନ କରାଯାଇଥିଲା । ସାରଦା ପ୍ରସାଦ ମହାନ୍ତି, ପ୍ରଶାନ୍ତ ପଟ୍ଟନାୟକ, ସୁକାନ୍ତ କୁମାର ରାଉତ, ଅଜୟ ମହାପାତ୍ର, ଅଶୋକ ପାତ୍ର, ଦେବାଶିଷ ମହାପାତ୍ର, ଛବିନ୍ଦ୍ର ବେହେରା, ମାନସ କୁମାର ମହାନ୍ତି, ଅଶିଷ ପରିଜା, ପ୍ରସାନ୍ତ ରାଉତ, ରାମଚନ୍ଦ୍ର ନାୟକ, ଅକ୍ଷୟ ନାୟକ ଓ ହୃଷିକେଶ ସାହୁ ସହଯୋଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.