banner
Breaking

ଶେଷ ହେଲା ଇଟିକିଲି ମିଟିକିଲି ରୌପ୍ୟଜୟନ୍ତୀ ପ୍ରତିଯୋଗିତା

0

ଭୁବନେଶ୍ୱର, ୨୬ା୧୨- ପିଲାଙ୍କ ଅନୁଷ୍ଠାନ ଇଟିକିଲି ମିଟିକିଲିର ରୌପ୍ୟଜୟନ୍ତୀ ପାଳନ ଅବସରରେ ତିନିଦିନିଆ ବିଭିନ୍ନ ପ୍ରତିଯୋଗିତା ଭିତ୍ତିକ ପ୍ରତିଭା ପ୍ରର୍ଦଶନ କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ପଢୁଥିବା ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚାରିଶହରୁ ଊର୍ଦ୍ଧ୍ୱ ଶିଶୁ-କିଶୋର ପ୍ରତିଯୋଗୀ
ଚିତ୍ରାଙ୍କନ, କଣ୍ଠ ସଙ୍ଗୀତ, ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଭତ୍ତିକ ନୃତ୍ୟ, ଓଡ଼ିଆ କବିତା ଆବୃତ୍ତି, ଓଡ଼ିଆ ସମ୍ବାଦପାଠ,
ଓଡ଼ିଆ ବକ୍ତୃତା- ମୁଁ ବି କହିପାରେ ଓ ଓଡ଼ିଶୀ ତଥା ଲେକନୃତ୍ୟର ମନଛୁଆଁ କାର୍ଯ୍ୟକ୍ରମ ନାଦମ୍ବିକା ଇତ୍ୟାଦି ବିଭିନ୍ନ
ପ୍ରତିଯୋଗିତା ଭିତ୍ତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ପ୍ରଥମ, ଦ୍ୱିତୀୟ ଓ
ତୃତୀୟ ଦିବସର ବିଭିନ୍ନ ପ୍ରତିଯୋଗିତାରେ ଜେନାମଣି ସଞ୍ଜିବ କୁମାର, ଗୁରୁ ମଞ୍ଜୁଶ୍ରୀ ମିଶ୍ର, କବି ଶ୍ୱେତା ସାମଲ,
ଓଡ଼ିଶୀ ଗୁରୁ ଦେବବ୍ରତ ଦାସ, ଓଡ଼ିଶୀ ନୃତ୍ୟଶିଳ୍ପୀ ଜ୍ୟୋତିର୍ମୟୀ ଦାସ, ନୃତ୍ୟଶିଳ୍ପୀ ରତ୍ନା ମହାନ୍ତି, ସାହିତ୍ୟିକ
ବିରାଜମୋହନ ଦାସ, ଶିଶୁସାହିତ୍ୟିକ ବଙ୍କିମ ଚନ୍ଦ୍ର ନାୟକ, ଗୀତିକାର ଅଜୟ କୁମାର ସେଠୀ, ଶିଶୁପ୍ରତିଭାର
ସଂପାଦକ ପ୍ରକାଶ ମଙ୍ଗରାଜ, ସୃଜନୀର ସଂପାଦକ ହରିହର ଶୁକ୍ଳ, ଝୁମୁକାର ସଂପାଦକ ମାନସ ରଞ୍ଜନ ସାମଲ
ପ୍ରମୁଖ ବିଚାରକ ଭାବରେ ଯୋଗଦାନ କରି ଯୋଗ୍ୟ ଶିଶୁପ୍ରତିଭାମାନଙ୍କୁ ଚୟନ କରିଥିଲେ । ବିଭିନ୍ନ ପ୍ରତିଯୋଗିତା
ଆରମ୍ଭରେ ଅନୁଷ୍ଠାନର ସଭାପତି ଦାଶ ବେନହୁର ଓ ଉପସଭାପତି ଚିତ୍ତ ମହାପାତ୍ରଙ୍କ ପୌରୋହିତ୍ୟରେ କବି ଓ
ପ୍ରଶାସକ ପ୍ରଦୀପ କୁମାର ବିଶ୍ୱାଳ, ରାଜ୍ୟ ଉଚ୍ଚମାଧ୍ୟମିକ ଶିକ୍ଷା ଯୁଗ୍ମ ନିର୍ଦ୍ଦେଶକ ସନାତନ ପଣ୍ଡା, ରୟାଲ ସ୍କୁଲର
ନିର୍ଦ୍ଦେଶକ ବିଷ୍ଣୁମୋହନ ମହାନ୍ତି, ସକାଳର ସହସଂପାଦକ ସଞ୍ଜୟ କୁମାର ସୁବୁଦ୍ଧି, ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ
ସଂପାଦକ ବିରୂପାକ୍ଷ ତ୍ରିପାଠୀ, ବରିଷ୍ଠ ସମ୍ବାଦିକ ସୁରେନ୍ଦ୍ର ପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ପିଲାମାନଙ୍କୁ
ଉଦ୍‌ବୋଧନ ଦେଇଥିଲେ । ଇଟିକିଲି ମିଟିକିଲିର ସଚିବ ଶରତ କୁମାର ନାୟକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା
କରିଥିବାବେଳେ, ସଂଗଠନ ସଂପାଦକ ପ୍ରିୟଦର୍ଶୀ ଶୁଭକାନ୍ତ, ସଦସ୍ୟ ସବିତା ତ୍ରିପାଠୀ, ପ୍ରିୟଦର୍ଶୀ ସୌମ୍ୟକାନ୍ତ
ପ୍ରମୁଖ ସହଯୋଗ କରିଥିଲେ । ରୌପ୍ୟଜୟନ୍ତୀ ପାଳନର ଶେଷ ପର୍ଯ୍ୟାୟ ପୁରସ୍କାର ଓ ସମ୍ମାନ ପ୍ରଦାନ ଉତ୍ସବ ତଥା
ସାଂସ୍କୃତିକ କାର୍ଯ୍ୟକ୍ରମ ୨୦୨୩ ମସିହାରେ ସ୍ୱତନ୍ତ୍ର ଭାବରେ ଜୟଦେବ ଭବନରେ ଆୟୋଜନ କରାଯାଇ ଏହି
ତିନିଦିନିଆ ପ୍ରତିଯୋଗିତାର ଯୋଗ୍ୟ ବିବେଚିତ ଶିଶୁପ୍ରତିଭାମାନଙ୍କୁ ପୁରସ୍କୃତ କରାଯିବ ବୋଲି ସଚିବ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.