banner
Breaking

ଆଇଟିସି ହୋଟେଲର ଆଇକନିକ ରନ୍ଧନ ବ୍ରାଣ୍ଡ ପେଶୱାରି ଖାଦ୍ୟ ଏବେ ଭୁବନେଶ୍ୱରରେ

0

ଭୁବନେଶ୍ୱର, ୨୫/୨: ୱେଲକମହୋଟେଲ ଭୁବନେଶ୍ୱରରେ ଏବେ ପେଶୱାରି ସୁଗନ୍ଧିତ ତଥା ସୁସ୍ୱାଦୁ ଖାଦ୍ୟ ଉପଲବ୍ଧ । ଏହା ମାଧ୍ୟମରେ ଉତର ପଶ୍ଚିମ ସୀମାନ୍ତର ଖାଦ୍ୟ ଭୁବନେଶ୍ୱରରେ ମିଳିପାରିବ । ସର୍ବଭାରତୀୟ ସ୍ତରର ଖ୍ୟାତନାମା ଡାଲ ବୁଖାରା ସହିତ ସୁଗନ୍ଧିତ ଶାକାହାରୀ ଏବଂ ଅଣ-ଶାକାହାରୀ କବାବ ସହିତ ମାଟି ଚୁଲିରେ ରନ୍ଧା ଯାଇଥିବା ରୁଟିର ଭରପୁର ଆନନ୍ଦ ଏଠାରେ ଉପଭୋଗ କରିହେବ ।

ପେଶୱାରି ହେଉଛି ଆଇଟିସି ହୋଟେଲର ପୁରସ୍କାରପ୍ରାପ୍ତ ରନ୍ଧନ ଖାଦ୍ୟ ସାମଗ୍ରୀ ଯାହା ଅତିଥିମାନଙ୍କୁ ନୂତନ ଅନୁଭୂତି ସହିତ ସ୍ୱାଦର ସ୍ୱତନ୍ତ୍ରତା ପ୍ରଦାନ କରିବାକୁ ସକ୍ଷମ ହୋଇପାରିବ । ମାଟି ଓଭାନ ବା ତନ୍ଦୁରରେ ଭାରତୀୟ ଉତରପଶ୍ଚିମ ଅଂଚଳର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ଶୈଳୀକୁ ଉପଲବ୍ଧ କରାଯାଇ ପାରିବ । ଏବେ ସହରରେ ଏହା ଦ୍ୱାରା ନୂତନ ଅଭିଜ୍ଞତା ମିଳିପାରିବ ।

ପେଶୱାରିର ପସନ୍ଦ ଯୋଗ୍ୟ ଖାଦ୍ୟଗୁଡ଼ିକ ଗୌରମେଟ କୋଚ ମାଧ୍ୟମରେ, ଆଇଟିସି ହୋଟେଲଗୁଡିକର ରନ୍ଧନ ପ୍ରଣାଳୀ ସହିତ ଏକ କ୍ୟୁରେଟେଡ ମେନୁ ଆଇଟିସି ହୋଟେଲ ଆପ ଦ୍ୱାରା ଗୌରମେଟ ଫୁଡ୍ ଡେଲିଭରୀ, ରୁମ୍ ରିଜର୍ଭେଶନ, ଲୟାଲିଟି ମେମ୍ବାଶିପ୍ ମ୍ୟାନେଜମେଂଟ୍ ଆଦି ସମ୍ପନ୍ନ କରିହେବ ।

ପେଶାୱାରି ପ୍ରତ୍ୟେକ ଭୋଜନକୁ ଏକ ସ୍ମରଣୀୟ ଉତ୍ସବରେ ପରିଣତ କରିବାକୁ ଚେଷ୍ଟା କରିବ । ଶାକାହାରୀ ଏବଂ ଶାକାହାରୀ ଖାଦ୍ୟ ରାନ୍ଧିବା ପାଇଁ ରେଷ୍ଟୁରାଂଟରେ ଅଲଗା ତନ୍ଦୁର ଅଛି । ଏହି ପ୍ରସିଦ୍ଧ ଡାଲ ବୁଖାରା ମେନୁ ମଧ୍ୟରେ ପୁରା କଳା ମସୁର ଡାଲି (ଉରାଡ ଡାଲ), ଟମାଟୋ, ଅଦା ଏବଂ ରସୁଣର ମିଶ୍ରଣ ରହିଛି । ଏହାକୁ ରାନ୍ଧାଯାଇ ତନ୍ଦୁରର ଧୀର କୋଇଲା ନିଆଁରେ ୧୮ ଘଂଟା ପର୍ଯ୍ୟନ୍ତ ରଖି ପ୍ରସ୍ତୁତ କରାଯାଏ । ଏହା ସହିତ ଅନ୍ୟ ଏକ ଖାଦ୍ୟ ନାନ ବୁଖାରା, ପ୍ରାୟ ୪ ଫୁଟ ବ୍ୟାସ ତଥା ଜଣେ ଛୋଟ ଶିଶୁର କମ୍ବଳଠାରୁ ବଡ଼ ମଧ୍ୟ ।

ଏହି ଅବସରରେ ୱେଲକମହୋଟେଲ ଭୁବନେଶ୍ୱରର ଜେନେରାଲ ମ୍ୟାନେଜର ସମୀର ଘୋଷ କହିଲେ, ପେଶୱାରି ରୋଷେଇ ରାନ୍ଧଣା ଉତର-ପଶ୍ଚିମ ସୀମାନ୍ତ ପରମ୍ପରାର ମୂଳଦୁଆ । କ୍ୟାମ୍ପଫାୟାରର ଆଲୋକରେ କାମାଡେରି ଦ୍ୱାରା ଏହା ଅନୁପ୍ରାଣିତ ହୋଇଥାଏ । ତେଣୁ ରଫ୍‌-ହେୱନ୍ ଟ୍ରେଷ୍ଟଲ ଟେବୁଲ ଏବଂ କାଠ ଷ୍ଟୁଲରେ ନିର୍ମିତ ସାଜସଜ୍ଜା ବେଶ୍ ଆକଷୟକ ହୋଇପାରିଥାଏ । କ୍ରମାଗତ ବିଶ୍ୱ ସ୍ତରୀୟ ପରିବର୍ତନ ସହିତ ପ୍ରତ୍ୟେକ ରେଷ୍ଟୁରାଂଟ୍ ଏକ ନୂତନ ‘ଅବତାର’ ନେବାକୁ ଚାହୁଁଛନ୍ତି । ଯାହାଦ୍ୱାରା ଅଭିଜ୍ଞତା ଏବଂ ସ୍ୱାଦରେ ନୂତନତ୍ୱ ଆଣାଯାଇପାରିବ ।

ୱେଲକମହୋଟେଲରେ ଅତିଥିମାନଙ୍କ କଲ୍ୟାଣ ସର୍ବୋପରି । ପୂର୍ବାପେକ୍ଷା ଏବେ ଏହା ଅଧିକ ମହତ୍ୱପୂର୍ଣ ହୋଇପାରିଛି । ଏଠାରେ ସ୍ୱାସ୍ଥ୍ୟ, ସ୍ୱଚ୍ଛତା-ପରିମଳ ଏବଂ ସୁରକ୍ଷା ପ୍ରତି ଆଇଟିସି ହୋଟେଲ ପ୍ରତିବଦ୍ଧତାକୁ ମେଡ଼ିକାଲ ପେଶାଦାର ଏବଂ ଡିସ୍‌ଇନଫେକଶନ ବିଶେଷଜ୍ଞଙ୍କ ସହଯୋଗରେ ଡିଜାଇନ କରାଯାଇଛି ।

ସ୍ୱାଦ, ଅନୁପାତ, ଏବଂ ଆମ୍ବିୟାନ୍ସର ପ୍ରାମାଣିକତାକୁ ସୁନିଶ୍ଚିତ କରିବା ପାଇଁ, କର୍ମଚାରୀମାନେ ଖାଦ୍ୟର ଗୁଣବତାକୁ ସମ୍ପୂର୍ଣ୍ଣ ଅନନ୍ୟ ଶୈଳୀରେ ପାରମ୍ପରିକ ଅଭିଜ୍ଞତା ସହିତ ରେଷ୍ଟୁରାଂଟଭିତରେ ରୋଷେଇ ରାନ୍ଧଣାର ଅନୁଭୁତି ପାଇଁ ପେଶୱାରି ଏକ ନିଆରା ଧାରଣା ଯୋଗାଇ ଦେବ । ଏଠାରେ ମେନୁ କାଠର ଏକ ବ୍ଲକରେ ଚିତ୍ରିତ । ଭୋଜନ କରିବା ସମୟରେ, ଅତିଥିମାନେ ସେମାନଙ୍କର ହାତରେ ଖାଦ୍ୟ ଖାଇବାର ଅନୁଭୁତି ହାସଲ କରିପାରିବେ । ଅନ୍ୟ ରେଷ୍ଟୁରାଂଟ ତୁଳନାରେ ରୋଷେଇକୁ ଉପଭୋଗ କରିବା ପାଇଁ ଅତିଥିମାନଙ୍କୁ ଏକ ଚେକ ଆପ୍ରୋନ ମଧ୍ୟ ପ୍ରଦାନ କରାଯାଇଥାଏ ।

ପେଶୱାରି ରାତ୍ରଭୋଜନ ସପ୍ତାହର ସମସ୍ତ ଦିନ ସନ୍ଧ୍ୟା ୭:୩୦ ରୁ ରାତି୧୧:୩୦ ପର୍ଯ୍ୟନ୍ତ ଉପଲବ୍ଧ ସେହିପରି ମଧ୍ୟାହ୍ନ ଭୋଜନ ଶୁକ୍ରବାର, ଶନିବାର ଏବଂ ରବିବାର ମଧ୍ୟାହ୍ନ ୧୨:୩୦ ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଖୋଲା ରହିଥାଏ । ଟେବୁଲ ରିଜର୍ଭେଶନ ଏବଂ ଅଧିକ ସୂଚନା ପାଇଁ ଅତିଥିମାନେ +୯୧୬୭୪୭୧୪୭୧୪୦ କୁ କଲ କରିପାରିବେ ।
ୱେଲକମହୋଟେଲ ବିଷୟରେ:
ଙ୍ଗଙ୍ଗଙ୍ଗ.ସଗ୍ଧମଷକ୍ଟଗ୍ଧରକ୍ଷଗ୍ଦ.ମକ୍ଟଜ୍ଞ/ଙ୍ଗରକ୍ଷମକ୍ଟଜ୍ଞଷକ୍ଟଗ୍ଧରକ୍ଷ: ମାଧ୍ୟମରେ ଜାଣି ହେବ ।

ୱେଲକମହୋଟେଲ ହେଉଛି ପ୍ରିମିୟମ ହୋଟେଲଗୁଡିକର ଏକ କଲେକଶନ୍ । ଯେଉଁମାନେ ଅଧିକ ଆବଶ୍ୟକ କରନ୍ତି ଏବଂ ସେମାନଙ୍କ ଭ୍ରମଣର ଉଦ୍ଦେଶ୍ୟକୁ ଅପ୍ଟିମାଇଜ କରି ସେମାନଙ୍କ ରହଣୀକୁ ଅଧିକ ଉପଭୋଗ କରିବାକୁ ବେସପୋକ ଅଭିଜ୍ଞତା ଖୋଜନ୍ତି ଇମର୍ସିଭ ଏବଂ ସମୃଦ୍ଧ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଏହା ଏକ ବ୍ରାଣ୍ଡ । ଭାରତୀୟ ସଂସ୍କୃତିର ଉଷ୍ମତାକୁ ପ୍ରତିଫଳିତ କରୁଥିବାବେଳେ ଆଇଟିସି ହୋଟେଲଗୁଡିକ ବେଂଚମାର୍କ ସେବା ମାନକକୁ ଉପଲବ୍ଧ କରାଇଥାଏ । କ୍ୟୁରେଟେଡ ଯାତ୍ରା ଠାରୁ ଆରମ୍ଭ କରି ଅବକାଶ ଯାତ୍ରାର ଅଭିଜ୍ଞତାକୁ ଏହା ବୃଦ୍ଧି କରିଥାଏ । ଯାହା ୱେଲକମ ହୋଟେଲରେ ବ୍ୟବସାୟର କାର୍ଯ୍ୟଦକ୍ଷତାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ । ନୂତନ ଯୁଗର ଭ୍ରମଣକାରୀଙ୍କୁ ମୂଲ୍ୟ ଯୋଗାଇବା ପାଇଁ ସମସ୍ତ ପ୍ରୟାସ କରାଯାଇଥାଏ । ଏହି ଦର୍ଶନ ହିଁ ଅତିଥିମାନଙ୍କର ଏବଂ ଆମର ହୋଟେଲ ସହଯୋଗୀମାନଙ୍କର ଏକ ଏକୀକୃତ ପ୍ରୟାସ ଏବଂ ସାମଗ୍ରିକ ପଦକ୍ଷେପ ମାଧ୍ୟମରେ ସମୃଦ୍ଧ ହୋଇପାରିଛି । ୱେଲକମ୍ ହୋଟେଲ ବ୍ରାଣ୍ଡ୍ ମଧ୍ୟରେ ୱେଲକମହୋଟେଲ ଚାଇଲ, ୱେଲକମହୋଟେଲ ଶିମଲା, ୱେଲକମହୋଟେଲ ଶେରାଟନ ନୂଆଦିଲ୍ଲୀ, ୱେଲକମହୋଟେଲ ମୋସୁରି, ୱେଲକମହୋଟେଲ ଯୋଧପୁର, ୱେଲକମହୋଟେଲ ଫୋର୍ଟ ଆଣ୍ଡ ଡ୍ୟୁନ୍ସ, ଖିମସାର, ୱେଲକମହୋଟେଲ ବିଶାଖାପଟ୍ଟନମ୍‌,ୱେଲକମହୋଟେଲ ମାମ୍ମଲାପୁରମ୍‌, ୱେଲକମହୋଟେଲ କୋଏମ୍ବାଟୁର, ୱେଲକମହୋଟେଲ ପହଲଗାମ୍‌, ୱେଲକମହୋଟେଲ ଉକତାରା, ୱେଲକମହୋଟେଲ ଅମୃତସର, ୱେଲକମହୋଟେଲ ବେ ଆଇଲ୍ୟାଣ୍ଡ୍ ପୋର୍ଟ ବ୍ଲେୟାର, ୱେଲକମହୋଟେଲ ଦ୍ୱାରିକା ନୂଆଦିଲ୍ଲୀ ଏବଂ ୱେଲକମହୋଟେଲ ଗୁଂଟୁର ।

ସୂଚନାଯୋଗ୍ୟ, ଆଇଟିସି ହୋଟେଲଗୁଡ଼ିକ ହେଉଛି ବିଶ୍ୱର ହୋଟେଲଗୁଡିକର ସର୍ବ ବୃହତ ଶୃଙ୍ଖଳା । ଯେଉଁଥିରେ ସର୍ବାଧିକ ସଂଖ୍ୟକ ଏଲଇଇଡି ପ୍ଲାଟିନମ ସାର୍ଟିଫାଏଡ ପ୍ରପର୍ଟିଜ ଅଛି (ୟୁଏସଜିବିସି ଅନୁଯାୟୀ ଜୁନ ୨୦୨୦ ସୁଦ୍ଧା) । ଏହାର ପ୍ଲାନେଟ ପଜିଟିଭ ପ୍ରତିଶ୍ରୁତି ସହିତ ଆଇଟିସି ହୋଟେଲଗୁଡିକ ଏକ ଦଶନ୍ଧି ମଧ୍ୟରେ ଶୂନ୍ୟ ଆକ୍ୱା ଅର୍ଥାତ୍ ଶୂନ କିଲୋମିଟର ଜଳ ଗ୍ଲାସ୍ ବଟଲ ଶୁଭାରମ୍ଭ କରାଯାଇଥିଲା । ସେହିପରି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ହ୍ରାସ, ଜିରୋ କାର୍ବନ ସାର୍ଟିଫିକେଟ ହାସଲ କରିବାରେ ଏହା ଭାରତରେ ପ୍ରସିଦ୍ଧି ହାସଲ କରିପାରିଛି । ଆଇଟିସି ୱିଣ୍ଡସର୍ ଦୁନିଆର ପ୍ରଥମ ହୋଟେଲ ଭାବେ ଏଲଇଇଡି ଜିରୋ ଜିରୋ କାର୍ବନ ସାର୍ଟିଫିକେଟ ହାସଲ କରିପାରିଛି । ଆଇଟିସି ଗ୍ରାଣ୍ଡ ଚେଲା ହେଉଛି ଏଲଇଇଡି ଜିରୋ କାର୍ବନ ସାର୍ଟିଫିକେଟ ହାସଲ କରିବାରେ ବିଶ୍ୱର ସବୁଠାରୁ ବଡ ହୋଟେଲ । ଆଇଟିସି ଗାର୍ଡେନିଆ ହେଉଛି ଏଲଇଇଡି ଜିରୋ କାର୍ବନ ସାର୍ଟିଫିକେଟ ଗ୍ରହଣ କରିବାରେ ବିଶ୍ୱର ତୃତୀୟ ହୋଟେଲ ।

Khansweb Solution Bhubaneswar

Leave A Reply

Your email address will not be published.