banner
Breaking

ନକଲି ମହିଳା ଆଇପିଏସ ଅଫିସର ଗିରଫ।

0

ରାଉରକେଲା ,୧୯।୮(ବ୍ୟୁରୋ):ରାଉରକେଲା ଉଦିତନଗର ପୋଲିସ ମଙ୍ଗଳବାର ଜଣେ ନକଲି ମହିଳା ଆଇପିଏସ୍‌ ଅଫିସରଙ୍କୁ ଧରିଛି। ବୁଧବାର ତାଙ୍କୁ ଗିରଫ କରାଯାଇଛି। ଏହି ମହିଳା ଜଣକ ହେଲେ ଶର୍ମିଷ୍ଠା ବେହେରା। ବୁଧବାର ପୋଲିସ ତାଙ୍କୁ କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ତାଙ୍କ ପାଖରୁ ଏକ ନୂଆ ବୁଲେଟ୍‌, ପୋଲିସ ଡ୍ରେସ୍‌, ଆଇପିଏସ୍‌ ପରିଚୟ ପତ୍ର, ଟ୍ରେନିଂ ନେଇଥିବା ନକଲି ପ୍ରମାଣପତ୍ର ଜବତ ହୋଇଛି ।
ପୋଲିସର ସୂଚନା ଅନୁସାରେ, ରାଉରକେଲା ସହରର ବାସନ୍ତୀ କଲୋନୀରେ ଥିବା ଏକ ଶୋରୁମ୍‌ରୁ ସେ ଗତ ୧୧ ତାରିଖରେ ଫାଇନାନ୍ସରେ ଗୋଟିଏ ବୁଲେଟ ନେଇଥିଲେ ା ହେଲେ ଯେଉଁସବୁ କାଗଜପତ୍ର ଦାଖଲ କରିଥିଲେ ତାହା ଜାଲ୍‌ ବୋଲି ସନ୍ଦେହ କରି ମଙ୍ଗଳବାର ସନ୍ଧ୍ୟାରେ ଶୋ ରୁମ୍‌ ମାଲିକ ଓ ଫାଇନାନ୍ସ ସଂସ୍ଥା ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପରେ ପୋଲିସ ତୁରନ୍ତ ତାଙ୍କୁ ଧରି ତଦନ୍ତ ଆରମ୍ଭ କରିଥିଲା।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଏହି ମହିଳା ଜଣକ ଭୁବନେଶ୍ୱରରେ ନିଜକୁ ଆଇପିଏସ୍‌ ଅଫିସର ପରିଚୟ ଦେଇ କମିଶନରେଟ ପୋଲିସର ବିଭିନ୍ନ ଥାନା ଅଞ୍ଚଳରୁ ସୁବିଧା ହାସଲ କରିବାକୁ ଉଦ୍ୟମ କରି ଧରା ପଡ଼ିଥିଲେ। ତାଙ୍କ ପାଖରୁ ସେତେବେଳେ ପୋଲିସ ଡ୍ରେସ୍‌ ଏବଂ ପରିଚୟ ପତ୍ର ଜବତ ହୋଇଥିଲା। କମିଶନରେଟ ପୋଲିସ ନୋଟିସ ଦେଇ ତାଙ୍କୁ ଛାଡିଥିଲା। ଏବେ ସମାନ ଠକାମି କରି ରାଉରକେଲା ଉଦିତନଗର ପୋଲିସ ହାତରେ ସେ ଧରାପଡିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.