banner
Breaking

ଦାୟିତ୍ୱ ଗ୍ରହଣ କଲେ ଡ଼ ସତ୍ୟଜିତ ମହାନ୍ତି।

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ବରିଷ୍ଠ ଆଇପିଏସ ଅଫିସର ଡ. ସତ୍ୟଜିତ ମହାନ୍ତି ରାଜ୍ୟ ସରକାରଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ଅଛନ୍ତି । ପୂର୍ବରୁ ଗୁଇନ୍ଦା ଡିଜି ଭାବେ ଅବସ୍ଥାପିତ ଥିବା ବେଳେ ଏବେ ଅଗ୍ନିଶମ ବିଭାଗ ମୁଖିଆଙ୍କ ଗାଦିରେ ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ଅଫିସର ସତ୍ୟଜିତଙ୍କୁ ବସାଇଛନ୍ତି । ତେବେ ତାଙ୍କୁ ଅଗ୍ନିଶମ ବିଭାଗ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିବା ପରେ ସେ ରାଜ୍ୟ ସରକାରଙ୍କ ଗୁଡ଼ବୁକ୍‌ରେ ଥିବା ପୁଲିସ ବିଭାଗରେ ଚର୍ଚା ହେଉଛି । ସୋମବାର ଶ୍ରୀ ମହାନ୍ତି ବିଦ୍ଧିବଧ ଭାବେ କଟକସ୍ଥିତ ନୂଆପାଟଣାରେ ଥିବା ଅଗ୍ନିଶମ ବିଭାଗ ମୁଖ୍ୟାଳୟରେ ଯୋଗ ଦେଇଛନ୍ତି । ଏହି ସମୟରେ ସେଠାରେ ଅନେକ ବରିଷ୍ଠ ପୁଲିସ ଅଧିକାରୀ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଡିଜି ଶ୍ରୀ ମହାନ୍ତି ଦାୟିତ୍ୱ ନେବାବେଳେ ଅଗ୍ନିଶମ ବିଭାଗ ଆଇଜି ଅସିିତ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.