banner
Breaking

ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା।

0

ଭୁବନେଶ୍ୱର,୩୧/୫(ଓଡିଆ ନ୍ୟୁଜ): ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦେଶକ କୃପାସିନ୍ଧୁ ମିଶ୍ର ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୧ ବର୍ଷ ୧୦ ମାସ ଧରି ସେ ବିଭାଗର ନିର୍ଦେଶକ ଦାୟିତ୍ୱ ତୁଲାଇଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ କୋଭିଡ ପରିସ୍ଥିତିରେ ଗଣମାଧ୍ୟମ ସୁପରିଚାଳନା କରିବା ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ରହିଥିଲା। ଏହା ପୂର୍ବରୁ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେକାର୍ଯ୍ୟ କରିଥିଲେ। ତାଙ୍କ ଅବସର ପରେ ବିଭାଗୀୟ ନିର୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ, ସରକାରଙ୍କ ପରବର୍ତ୍ତି ନିର୍ଦେଶ ପର୍ଯ୍ୟନ୍ତ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦେଶକ ଦାୟିତ୍ୱରେ ରହିବେ। ଆଜି ଏହି ମର୍ମରେ ବିଭଗ ତରଫରୁ ଆଦେଶନାମା ପ୍ରକାଶ ପାଇଛି। ପ୍ରକାଶ ଥାଉକି, ଶ୍ରୀ ସେଠୀଙ୍କର ଦୀର୍ଘ ବର୍ଷ ଧରି ଏହି ବିଭାଗୀୟ କାର୍ଯ୍ୟରେ ଅଭିଜ୍ଞତା ରହିଛି।
ବିଦାୟୀ ନିର୍ଦେଶକ କୃପାସିନ୍ଧୁ ମିଶ୍ରଙ୍କୁ ଏହି ଅବସରରେ ଆଜି ବିଭାଗ ତରଫରୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। କୋଭିଡ କଟକଣା ମଧ୍ୟରେ ଲୋକ ସଂପର୍କ ଭନନଠାରେ ସୀମିତ ସଂଖ୍ୟକ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭାଗୀୟ ନିର୍ଦ୍ଦେଶକ( ବୈଷୟିକ) ଶ୍ରୀ ସେଠୀ ବିଦାୟୀ ନିର୍ଦେଶକ ଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀର ଯୁଗ୍ମ ଶାସନ ସଚିବ, ଯୁଗ୍ମ ନିର୍ଦ୍ଦେଶକ, ଓଡିଶା ସୂଚନା ସେବା ସଂଘର କର୍ମକର୍ତାମାନେ ଏହି ସମ୍ବର୍ଦ୍ଧନା ସମୟରେ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.