banner
Breaking

କୃଷକଙ୍କ ପୁତ୍ର ଆଇପିଏଲ ନିଲାମରେ ଚଢା ଦରରେ।

0

କୋଲକାତା,୨୦।୧୨- ଆଇପିଏଲ ନିଲାମ ପ୍ରକ୍ରିୟାରେ ଆକାଶ ସିଂଙ୍କୁ କିଣିଛି ରାଜସ୍ଥାନ ରୟାଲ୍ସ ଦଳ। ରାଜସ୍ଥାନ ଫ୍ରାଞ୍ଚାଇଜ ଆକାଶଙ୍କୁ ୨୦ ଲକ୍ଷ ଟଙ୍କାର ବେସ ପ୍ରାଇସରେ ଦଳରେ ସାମିଲ କରିଛି। ରାଜସ୍ଥାନରେ ରହୁଥିବା ଆକାଶ ଜଣେ ବାମହାତୀ ପେସର। ସେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ୧୭ ବର୍ଷୀୟ ଖେଳାଳିଙ୍କ ବାଲ୍ୟକାଳରୁ କ୍ରିକେଟ ପ୍ରତି ଦୁର୍ବଳତା ଥିଲା। ବୋଧହୁଏ ଏହା ହିଁ ତାଙ୍କର ଦଶମ ପରୀକ୍ଷାରେ ୪ ଥର ଫେଲ ହେବାର କାରଣ। କ୍ରିକେଟ ଯୋଗୁ ତାଙ୍କ ମନ ଶିକ୍ଷାରେ ଲାଗୁ ନ ଥିଲା। ୨୦୧୭ରେ ଏକ ଏକାଡେମୀ ପାଇଁ ଖେଳୁଥିବାବେଳେ ସେ କୌଣସି ରନ୍‌ ନ ଦେଇ ୧୦ ଉଇକେଟ ହାତେଇଥିଲେ। ପରେ ତାଙ୍କୁ ୧୬ ଓ ୧୯ ବର୍ଷରୁ କମ୍‌ ଟୁର୍ନାମେଣ୍ଟରେ ଖେଳିବାକୁ ସୁଯୋଗ ମିଳିଥିଲା। ଭଲ ପ୍ରଦର୍ଶନ କରି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କ ବାପା କୃଷକ ଓ ମା’ ଗୃହିଣୀ। ଏହାସତ୍ତ୍ୱେ ତାଙ୍କୁ କ୍ରିକେଟର ହେବା ଲାଗି ପରିବାର ସମ୍ପୂର୍ଣ୍ଣ ସମର୍ଥନ କରିଥିଲା। ଜାହିର ଖାଁ ଓ ଆଶିଷ ନେହେରାଙ୍କୁ ସେ ନିଜର ପ୍ରେରଣା ବୋଲି ମାନନ୍ତି।

Khansweb Solution Bhubaneswar

Leave A Reply

Your email address will not be published.