banner
Breaking

ଆଇପିଏଲ ୨୦୨୨ର ଚମ୍ପିୟାନ ହେଲା ଗୁଜରାଟ ଟାଇଟାନ୍ସ

0

ଅହମଦାବାଦ, ୨୯।୫: ଆଇପିଏଲ୍‌ ୨୦୨୨ର ଚମ୍ପିୟାନ ହୋଇଛି ଗୁଜରାଟ ଟାଇଟାନ୍ସ। ଗୁଜରାଟ ଟାଇଟାନ୍ସ ସପ୍ତମ ଦଳ ଭାବେ ଆଇପିଏଲ୍‌ ଟ୍ରଫି ଜିତିଛି। ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ଫାଇନାଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟାନ୍ସ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୩୦ ରନ୍‌ କରିଥିଲା। ଜବାବରେ ଗୁଜରାଟ ୧୮.୧ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

ରାଜସ୍ଥାନ ରୟାଲ୍ସର ଜୋସ ବଟଲର ୮୬୩ ରନ୍‌ ଏବଂ ୟୁଜବେନ୍ଦ୍ର ଚହଲ ୨୭ଟି ଉଇକେଟ ନେଇ ଯଥାକ୍ରମେ ଅରେଞ୍ଜ୍‌ ଓ ପର୍ପଲ କ୍ୟାପ ହାସଲ କରିଛନ୍ତି। ୧୩୧ ରନ୍‌ ବିଜୟ ଲକ୍ଷ୍ୟନେଇ ରାଜସ୍ଥାନ ମାତ୍ର ୯ ରନ୍‌ରେ ରିଦ୍ଧିମାନ ଶାହା (୫ ରନ)ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାଥ୍ୟୁ ଓ୍ବାଡେ ମଧ୍ୟ ମାତ୍ର ୮ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ତେବେ ଶୁବମନ ଗିଲ୍‌ ଓ ହାର୍ଦ୍ଦିକ ତୃତୀୟ ଉଇକେଟରେ ୫୩ ବଲ୍‌ରୁ ୬୩ ରନ ସଂଗ୍ରହ କରି ଦଳପାଇଁ ବିଜୟ ପଥ ପ୍ରସ୍ତୁତ କରିଥିଲେ। ବୋଲିଂରେ କମାଲ ଦେଖାଇଥିବା ହାର୍ଦ୍ଦିକ ବ୍ୟାଟିଂରେ ମଧ୍ୟ ଧୈର୍ଯ୍ୟ ଦେଖାଇ ୩୦ ବଲ୍‌ରୁ ୩୪ (୩ ଚୌକା, ୧ ଛକା) ରନକରି ଦଳକୁ ବିପଦରୁ ଉଦ୍ଧାର କରିଥିଲେ। ଶୁବମନ ଗିଲ ୪୩ ବଲ୍‌ରୁ ୪୫ (୩ ଚୌକା, ୧ ଛକା) ଓ ଡେଭିଡ ମିଲର ୧୯ ବଲ୍‌ରୁ ୩୨ (୩ ଚୌକା, ୧ ଛକା) ରନ୍‌ରେ ଅପରାଜିତ ରହି ଦଳର ବିଜୟରେ ମୁଣ୍ଡି ମାରିଥିଲେ। ଅସମାପ୍ତ ୪ର୍ଥ ଉଇକେଟରେ ଏ ଦୁହେଁ ୨୯ ବଲ୍‌ରୁ ୪୭ ରନ ଯୋଗ କରିଥିଲେ। ରାଜସ୍ଥାନ ବୋଲରଙ୍କ ମଧ୍ୟରେ ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରିଷ୍ଣା ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.