banner
Breaking

ଚେନ୍ନାଇକୁ ଜିତିବାକୁ ୧୮୮ ରନ୍ ଆବଶ୍ୟକ

0

ମୁମ୍ବାଇ,୨୫।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୩୮ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ରବିନ୍ଦ୍ର ଜାଡେଜା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୪ଟି ଓ୍ବିକେଟ ହରାଇ ୧୮୭ରନ୍‌ କରିଛି। ଫଳରେ ଚେନ୍ନାଇ ସୁପରକିଙ୍ଗ୍ସ ସମ୍ମୁଖରେ ୧୮୮ରନ୍‌ର ଟାର୍ଗେଟ ଦେଇଛି ପଞ୍ଜାବ। ଟସ୍‌ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପଞ୍ଜାବର ଦୁଇ ଖେଳାଳି ଶିଖର ଧାଓ୍ବନ ଓ ବି ରାଜପୋକ୍ସେଙ୍କ ଯୋଡି ଭଲ ପ୍ରଦର୍ଶନ କରିଥିଲା। ଧାଓ୍ବନ ୫୯ ବଲ୍‌ରେ ୮୮ରନ୍‌ କରିଥିବା ବେଳେ ୯ଟି ଚୌକା ଓ ୨ଟି ଛକା ମାରିଥିଲେ। ରାଜପୋକ୍ସେ ୩୨ ବଲ୍‌ରେ ୪୨ ରନ୍‌ କରିଥିବା ବେଳେ ୨ଟି ଚୌକା, ୨ଟି ଛକା ମାରିଥିଲେ। ସେହିପରି ପଞ୍ଜାବ ଅଧିନାୟକ ମୟାଙ୍କ ଅଗ୍ରଓ୍ବାଲ ଭଲ ପ୍ରଦର୍ଶନ କରି ନ ଥିବା ବେଳେ ୨୧ ବଲ୍‌ରେ ୧୮ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ସେହିଭଳି ଲିଭିଂଷ୍ଟୋନ ୭ବଲ୍‌ରେ ୧୯ ରନ୍‌ ଓ ବେୟାରଷ୍ଟୋ ୩ ବଲ୍‌ରେ ୬ରନ୍‌ କରି ଆଉଟ୍‌ ହୋଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.