banner
Breaking

ଆଜି ଆଇପିଏଲ ଉଦଘାଟନୀ ମ୍ୟାଚ

0

ମୁମ୍ବଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୧୫ତମ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚରେ ଗତବର୍ଷର ବିଜେତା ଚେନ୍ନଇ ସୁପରକିଙ୍ଗ୍‌ସ ଓ ଉପ ବିଜେତା କଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହେବାକୁ ଯାଉଛନ୍ତି। ମ୍ୟାଚ ଶନିବାର ମୁମ୍ବଇର ୱାଙ୍ଖେଡ ଷ୍ଟାଡ଼ିୟମରେ ଖେଳାଯିବ। ଦୁଇ ଦଳ ଚଳିତ ସଂସ୍କରଣରେ ନୂଆ ଅଧିନାୟକତ୍ବରେ ପଡିଆକୁ ଓହ୍ଲାଇବେ। ୪ଥର ବିଜେତା ଚେନ୍ନଇ ସୁପରକିଙ୍ଗ୍‌ସ ରବୀନ୍ଦ୍ର ଜାଡେଜାଙ୍କ ନେତୃତ୍ବରେ ଓ ଦୁଇଥର ବିଜେତା କଲକାତା ନାଇଟ୍‌ ରାଇଡର୍ସ ଶ୍ରେୟାସ ଆୟରଙ୍କ ନେତୃତ୍ବରେ ଖେଳିବାକୁ ଯାଉଛିି। ଶ୍ରେୟାସ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍‌ସର ଅଧିନାୟକ ଦାୟିତ୍ବ ତୁଲାଇଥିବାବେଳେ ଜାଡେଜା ପ୍ରଥମ ଥର ପାଇଁ ଆଇପିଏଲରେ ଅଧିନାୟକ ଦାୟିତ୍ବ ତୁଲାଇବାକୁ ଯାଉଛନ୍ତି। ମହେନ୍ଦ୍ର ସିଂହ ଧୋନି ହଠାତ୍‌ ଚେନ୍ନଇ ସୁପରକିଙ୍ଗ୍‌ସ ନେତୃତ୍ବରୁ ଓହରି ଯିବା ପରେ ଜାଡେଜାଙ୍କୁ ଏହି ଦାୟିତ୍ବ ମିଳିଛି।ଦଳରେ ଓଡ଼ିଆ କ୍ରିକେଟର ଶୁଭ୍ରାଂଶୁ ସେନାପତି ମଧ୍ୟ ରହିଛନ୍ତି। ଧୋନିଙ୍କ ଉପସ୍ଥିତିରେ ଜାଡେଜାଙ୍କ ଅଧିନାୟକତ୍ବ ଦଳ ପାଇଁ ସହାୟକ ହେବା ନେଇ ଆଶା କରାଯାଉଛି। ସେହିପରି ଶ୍ରେୟାସ ଆୟାରଙ୍କ ନେତୃତ୍ବାଧିନ କଲକାତା ନାଇଟ୍‌ ରାଇଡର୍ସରେ ଆଣ୍ଡ୍ୟୁ ରସେଲ, ନିତିଶ ରାଣା, ଭେଙ୍କଟେଶ ଆୟାର, ଚାମିକା କରୁଣାରତ୍ନେଙ୍କ ଭଳି ବ୍ୟାଟ୍‌ସମ୍ୟାନ ରହିଛନ୍ତି। ଶ୍ରେୟାସଙ୍କଠାରୁ ଜାଡେଜାଙ୍କ ଅଭିଜ୍ଞତା ବହୁତ ରହିଥିଲେ ମଧ୍ୟ କେହି କାହାରିଠାରୁ କମ୍‌ ନୁହଁନ୍ତି। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚ ମଧ୍ୟରୁ ଚେନ୍ନଇ ସୁପରକିଙ୍ଗ୍‌ସ ୪ଟି ଓ କଲକାତା ନାଇଟ୍‌ ରାଇଡର୍ସ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି। ଉଭୟ ଦଳ ଶେଷ ଥର ପାଇଁ ୨୦୨୧ ଫାଇନାଲରେ ମୁହାଁମୁହିଁ ହୋଇଥିଲେ। ଏଥିରେ ଚେନ୍ନଇ ସୁପରକିଙ୍ଗ୍‌ସ ୨୭ରେ କଲକାତାକୁ ପରାସ୍ତ କରି ବିଜେତା ହୋଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.