banner
Breaking

ଆଇପିଏଲ ନିଲାମରେ ୫୯୦ ଖେଳାଳି

0

ବେଙ୍ଗାଲୁରୁ,୨।୨: ଆଇପିଏଲ୍‌ ୨୦୨୨ର ମେଗା ନିଲାମ ୧୨ ଏବଂ ୧୩ ଫେବୃୟାରୀରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଏଥିରେ କେତେ ଖେଳାଳିଙ୍କୁ ନିଲାମ କରାଯିବ ତାହାର ଅନ୍ତିମ ତାଲିକା ପ୍ରକାଶ ପାଇଛି। ଏହି ନିଲାମରେ ମୋଟ ୫୯୦ ଖେଳାଳି ଅଂଶଗ୍ରହଣ କରିବେ। ସେଠାରେ ୨୨୮ କ୍ୟାପ୍‌ଡ ଖେଳାଳି, ୩୫୫ ଅନ-କ୍ୟାପଡ୍‌ ଖେଳାଳି ଏବଂ ଆସୋସିଏଟ ଦେଶଗୁଡିକର ୭ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ପଶ୍ଚିମବଙ୍ଗର କ୍ରୀଡା ମନ୍ତ୍ରୀ ମନୋଜ ତିୱାରୀଙ୍କ ନାମ ମଧ୍ୟ ରହିଛି। ସେ ହେଉଛନ୍ତି ପ୍ରଥମ ସକ୍ରିୟ ନେତା, ଯିଏକି ଆଇପିଏଲ ନିଲାମରେ ସାମିଲ ହେବେ। ସେ ଗତ ୩ ସିଜିନ୍‌ରେ ବିକ୍ରି ହୋଇ ନ ଥିଲେ। ଅର୍ଥାତ୍‌ କୌଣସି ଦଳ ସେଗୁଡିକ କିଣିବାକୁ ଆଗ୍ରହ ଦେଖାଇ ନ ଥିଲେ।
ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରରେ କ୍ରୀଡ଼ା ଓ ଯୁବ ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିବା ପୂର୍ବତନ ଭାରତୀୟ କ୍ରିକେଟର ମନୋଜ ତିୱାରୀ ତାଙ୍କର ମୂଳ ମୂଲ୍ୟ ୫୦ ଲକ୍ଷ ଟଙ୍କା ରଖିଛନ୍ତି। ତାଙ୍କୁ ଶେଷ ଥର ପାଇଁ ଆଇପିଏଲ ୨୦୧୮ ରେ ଖେଳୁଥିବା ଦେଖିବାକୁ ମିଳିଥିଲା। ତା’ପରେ ସେ କିଙ୍ଗସ ଏକାଦଶ ପଞ୍ଜାବ ଯୋଗ ଦେଇଥିଲେ। ଅବଶ୍ୟ, ତାଙ୍କୁ ଆଇପିଏଲ୍‌ ୨୦୧୯, ୨୦୨୦ ଏବଂ ୨୦୨୧ ନିଲାମରେ ବିକ୍ରି କରାଯାଇ ନାହିଁ।
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ମନୋଜ ତିୱାରୀ ରାଜନୈତିକ ପିଚ୍‌ରେ ନିଜର ନୂତନ ଇନିଂସ ଆରମ୍ଭ କରିଛନ୍ତି। ସେ ବଙ୍ଗଳାରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ତୃଣମୂଲ କଂଗ୍ରେସର ଟିକେଟ୍‌ରେ ଲଢି ବିଜୟ ଲାଭ କରିଥିଲେ। ଏହା ପରେ ସେ ମମତା ବାନାର୍ଜୀ ସରକାରରେ କ୍ରୀଡ଼ା ଓ ଯୁବ ମନ୍ତ୍ରୀ ଭାବେ ଏକ ବଡ଼ ଦାୟିତ୍ୱ ପାଇଲେ। ସେ ଗତ ମାସରେ ବଙ୍ଗଳାର ୨୧ ଜଣିଆ ରଣଜୀ ଦଳରେ ମଧ୍ୟ ସାମିଲ ହୋଇଥିଲେ। ମାର୍ଚ୍ଚ ୨୦୨୦ ରେ ସୌରାଷ୍ଟ୍ର ବିପକ୍ଷରେ ରଣଜୀ ଫାଇନାଲରେ ତିୱାରୀ ଶେଷ ଥର ପାଇଁ ବଙ୍ଗଳା ପାଇଁ ଖେଳିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.