banner
Breaking

ମହାରାଷ୍ଟ୍ର ଓ ଗୁଜରାଟରେ ହେବ ସମସ୍ତ ଆଇପିଏଲ ମ୍ୟାଚ

0

ମୁମ୍ବାଇ,୩୦।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ପୂରା ସଂସ୍କରଣକୁ ମହାରାଷ୍ଟ୍ର ଓ ଗୁଜରାଟରେ ଆୟୋଜନ କରିବାକୁ ଯୋଜନା କରୁଛି ବିସିସିଆଇ। “ବର୍ତ୍ତମାନ ବୋର୍ଡ ସମସ୍ତ ଲିଗ୍‌ ମ୍ୟାଚ୍‌ ମହାରାଷ୍ଟ୍ରରେ ଆୟୋଜନ କରିବାକୁ ଚାହୁଁଛି। ଲିଗ୍‌ର ସମସ୍ତ ପ୍ଲେ-ଅଫ୍‌ସ ମ୍ୟାଚ୍‌ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳିବାକୁ ବିଚାର ଚାଲିଛି” ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।

ମହାରାଷ୍ଟ୍ରରେ ୩ଟି ଭେନ୍ୟୁ ଥିବାରୁ ବିସିସିଆଇ ଏହି ରାଜ୍ୟକୁ ସର୍ବାଧିକ ଗୁରୁତ୍ୱ ଦେଉଛି। ଓ୍ବାଙ୍ଖଡେ ଷ୍ଟାଡିୟମ, କ୍ରିକେଟ କ୍ଲବ ଅଫ୍‌ ଇଣ୍ଡିଆ (ସିସିଆଇ)ରେ ଥିବା ଡି ଓ୍ବାଇ ପାଟିଲ ଷ୍ଟାଡିୟମ ବ୍ୟତୀତ ପୁଣେ ପାଖରେ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ ରହିଛି। “ମୋର ବିଶ୍ୱାସ ଅଛି ଚଳିତ ବର୍ଷ ଆଇପିଏଲ ସିସିଆଇକୁ ଆସିବ। ଆମେ ଖୁସିର ସହ ଏହାକୁ ଆୟୋଜନ କରିବୁ” ବୋଲି ସିସିଆଇ ସଭାପତି ପ୍ରେମଲ ଉଦାନି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗୁରୁବାର ଆଇପିଏଲ୍‌ ଗଭର୍ନିଂ ବୈଠକ ବସିଥିଲା। ଏଥିରେ ଚଳିତ ବର୍ଷର ଆଇପିଏଲ ଭାରତରେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଥିଲ। ଯଦି ଦେଶରେ କୋଭିଡ୍‌ ପରିସ୍ଥିତି ଅଣାୟତ ହୁଏ, ତେବେ ହିଁ ୟୁଏଇରେ ଆୟୋଜନ କରାଯିବ।

Khansweb Solution Bhubaneswar

Leave A Reply

Your email address will not be published.