ଆବୁଧାବି : ୟୁଏଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ(ଆଇପିଏଲ୍)ର ୧୩ଶ ସଂସ୍କରଣର ଉଦଘାଟନୀ ମ୍ୟାଚରେ ଗତଥରର ଚାମ୍ପିୟନ ମୁମ୍ବଇ ଇଣ୍ଡିଆନ୍ସକୁ ୫ୱିକେଟରେ ପରାସ୍ତ କରିଛି ଚେନ୍ନଇ ସୁପରକିଙ୍ଗସ୍। ଚେନ୍ନଇ ସୁପର କିଙ୍ଗସ୍ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ୯ ଓ୍ବିକେଟ ହରାଇ ୧୬୨ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଚେନ୍ନଇ ଦଳ ୫ୱିକେଟ୍ ହରାଇ ଳକ୍ଷ୍ୟ ହାସଲ କରିବାରେ ସମର୍ଥ ହୋଇଛି।




