banner
Breaking

ଫେବୃଆରୀରେ ଆଇପିଏଲ ଅକଶନ

0

ନୂଆଦିଲ୍ଲୀ,୨୨।୧୨: ଆସନ୍ତା ଫେବୃୟାରୀ ୭ ଓ ୮ ତାରିଖ ବେଙ୍ଗାଲୁରୁଠାରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମେଗା ଅକ୍‌ଶନ ହୋଇପାରେ। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଯୋଜନା କରୁଥିବା ଜଣେ ଅଧିକାରୀ ବୁଧବାର କହିଛନ୍ତି।

“ଆଇପିଏଲର ମୂଳ ଫ୍ରାଞ୍ଚାଇଜ ଅରାଜି ହେଉଥିବାରୁ ଏହା ଅନ୍ତିମ ମେଗା ଅକଶନ ହୋଇପାରେ। ଯଦି କୋଭିଡ୍‌-୧୯ ମହାମାରୀ ସ୍ଥିତି ନିୟନ୍ତ୍ରଣରେ ରୁହେ, ତେବେ ଭାରତରେ ହିଁ ଆଇପିଏଲ ମେଗା ଅକ୍‌ଶନ ହେବ। ଏହି ଦୁଇ ଦିନିଆ ଇଭେଣ୍ଟ ଫେବୃୟାରୀ ୭ ଓ ୮ ତାରିଖରେ ହେବ। ପୂର୍ବ ବର୍ଷ ଭଳି ଏଥର ମଧ୍ୟ ବେଙ୍ଗାଲୁରୁରେ ଅକଶନ ଆୟୋଜନ କରିବାକୁ ଯୋଜନା କରୁଛୁ” ବୋଲି ଜଣେ ବରିଷ୍ଠ ଅଧିକାରୀ ନା ନ କହିବା ସର୍ତ୍ତରେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.