banner
Breaking

ଆରସିବିର ନୂଆ କୋଚ୍ ନିଯୁକ୍ତ

0

ବେଙ୍ଗାଲୁରୁ, ୧୦।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସଞ୍ଜୟ ବାଙ୍ଗରଙ୍କୁ ମୁଖ୍ୟ କୋଚ୍‌ ନିଯୁକ୍ତ କରିଛି। ପୂର୍ବରୁ ସେ ଦଳର ବ୍ୟାଟିଂ ପରାମର୍ଶଦାତା ଥିଲେ। ତାଙ୍କୁ ୨ ବର୍ଷ ପାଇଁ ଏହି ଦାୟିତ୍ୱ ଦିଆଯାଇଥିବା ଆରସିବି ଫ୍ରାଞ୍ଚାଇଜ୍‌ ପକ୍ଷରୁ ମଙ୍ଗଳବାର ପ୍ରକାଶ କରାଯାଇଛି। ପୂର୍ବରୁ ଅଷ୍ଟ୍ରେଲିଆର ସାଇମନ କାଟିଚ ଆରସିବିର ମୁଖ୍ୟ କୋଚ୍‌ ଥିଲେ। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପଦରୁ ଓହରି ଯିବାରୁ ଡାଇରେକ୍ଟର ଅଫ୍‌ କ୍ରିକେଟ ଅପରେଶନ୍ସ ଦାୟିତ୍ୱରେ ଥିବା ମାଇକ ହେସନଙ୍କୁ ଗତ ଆଇପିଏଲର ୟୁଏଇ ଚରଣ ପୂର୍ବରୁ ଅତିରିକ୍ତଭାବେ ମୁଖ୍ୟ କୋଚ୍‌ ଦାୟିତ୍ୱ ଦିଆଯାଇଥିଲା।

ବାଙ୍ଗର ୨୦୧୪ରୁ ୫ ବର୍ଷ ପର୍ଯ୍ୟନ୍ତ ଭାରତୀୟ ସିନିୟର କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ଥିଲେ। ୨୦୧୯ ବିଶ୍ୱକପ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇଥିଲେ। ତେଣୁ ତାଙ୍କଠାରେ ପ୍ରଚୁର ଅଭିଜ୍ଞତା ରହିଛି। ନୂଆ ଦାୟିତ୍ୱରେ ସ୍ବାଭାବିକଭାବେ ଖୁସି ପ୍ରକାଶ କରିଛନ୍ତି ସଞ୍ଜୟ। ”ମୁଁ ଦଳର କେତେକ ବିଶେଷ ଖେଳାଳି ଓ ସଦସ୍ୟଙ୍କ ସହ କାର୍ଯ୍ୟ କରି ଆସିଛି। ତେଣୁ ଦଳକୁ ଭିନ୍ନ ଏକ ସ୍ତରକୁ ନେବା ମୋର ଲକ୍ଷ୍ୟ। ଆଇପିଏଲ ମେଗା ଖେଳାଳି ନିଲାମ ପୂର୍ବରୁ ଅନେକ କାର୍ଯ୍ୟ କରିବାର ଅଛି। ମ୍ୟାନେଜମେଣ୍ଟ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କ ମିଳିତ ସହଯୋଗରେ ଆମେ ଶ୍ରେଷ୍ଠ ପ୍ରଦର୍ଶନ ସହ ବିଶ୍ୱବ୍ୟାପୀ ଥିବା ଆମ ଦର୍ଶକଙ୍କୁ ଖୁସି କରିପାରିବୁ ବୋଲି ଆଶା ରହିଛି“ ବୋଲି ସେ ପ୍ରକାଶ କରିଛନ୍ତି। ୪୯ ବର୍ଷୀୟ ବାଙ୍ଗର ୨୦୦୧ରୁ ୨୦୦୪ ମଧ୍ୟରେ ଭାରତ ପକ୍ଷରୁ ୧୨ଟି ଟେଷ୍ଟ ଓ ୧୫ଟି ଦିନିକିଆ ଖେଳିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.