banner
Breaking

ଆଇପିଏଲରେ ସାମିଲ ହେଲେ ଦୁଇଟି ନୂଆ ଦଳ।

0

ନୂଆଦିଲ୍ଲୀ,୨୫।୧୦: ଆଗାମୀ ସିଜନରୁ ଆଇପିଏଲ ପରିବାରରେ ସାମିଲ ହୋଇଛନ୍ତି ଲକ୍ଷ୍ନୌ ଓ ଅହମ୍ମଦାବାଦ ଦୁଇଟି ନୂଆ ଫ୍ରାଞ୍ଚାଇଜ। ଆରପିଏସ୍‌ଜି ଗ୍ରୁପ୍‌ ଓ ଅନ୍ତର୍ଜାତୀୟ ଇନଭେଷ୍ଟମେଣ୍ଟ ଫାର୍ମ ସିଭିସି କ୍ୟାପିଟାଲ ଆଇପିଏଲର ନୂଆ ଫ୍ରାଞ୍ଚାଇଜର ମାଲିକାନା ହାସଲ କରିଛନ୍ତି। ଆରପିଏସ୍‌ଜି ଗ୍ରୁପ୍‌ ଲକ୍ଷ୍ନୌକୁ ତା’ର ହୋମ ବେସ ଭାବେ ବାଛିଛି। ଆରପିଏସ୍‌ଜି ଲକ୍ଷ୍ନୌ ଫ୍ରାଞ୍ଚାଇଜର ମାଲିକାନାକୁ ୭,୦୯୦ କୋଟି ଟଙ୍କାରେ ହାସଲ କରିଥିବା ବେଳେ ୫,୧୬୬ କୋଟି ଟଙ୍କାରେ ଅହମ୍ମଦାବାଦ ଫ୍ରାଞ୍ଚାଇଜର ମାଲିକାନା ପାଇଛି ସିଭିସି କ୍ୟାପିଟାଲ।

ଦୁଇ ଆଇପିଏଲ ଦଳର ମାଲିକାନା ହାସଲ କରିବା ପାଇଁ ମୋଟ ଉପରେ ୧୦ ପାର୍ଟି ବିଡ୍‌ ଦାଖଲ କରିଥିଲେ। ତାଜ ଦୁବାଇଠାରେ ସୋମବାର ଆୟୋଜିତ ନିଲାମ ପ୍ରକ୍ରିୟାରେ ବିଡ୍‌ ଦାଖଲକାରୀଙ୍କୁ ଅହମ୍ମଦାବାଦ, ଲକ୍ଷ୍ନୌ, କଟକ, ଧର୍ମଶାଳା, ଗୁଆହାଟୀ ଓ ଇନ୍ଦୋର ଭଳି ୬ ଭେନ୍ୟୁ ମଧ୍ୟରୁ ବାଛିବାକୁ ସୁଯୋଗ ଦିଆଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.