banner
Breaking

ଦିଲ୍ଲୀ କ୍ୟାପିଟାଲ ପଏଣ୍ଟ ତାଲିକାର ଶୀର୍ଷରେ।

0

ଦୁବାଇ,୪।୧୦ : ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ଫେଜ୍‌ରେ ସୋମବାର ଏଠାରେ ଖେଳାଯାଇଥିବା ଡ୍ରାମାରେ ଭରପୂର ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ୩ ଉଇକେଟରେ ହରାଇ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଏହି ବିଜୟ ସହ ଦିଲ୍ଲୀ (୨୦ ପଏଣ୍ଟ) ଅଙ୍କ ତାଲିକାରେ ଶୀର୍ଷ ସ୍ଥାନକୁ ଉଠିଛି।

ଚେନ୍ନାଇ ପକ୍ଷରୁ ଧାର୍ଯ୍ୟ ୧୩୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଦିଲ୍ଲୀ ଏକଦା ୬ ଓଭରରେ ୫୧ ରନ୍‌ କରିଥିଲା। ଦଳକୁ ସେତେବେଳେ ଓଭର ପିଛା ୬ ରନ୍‌ ଦରକାର ଥିବା ବେଳେ ହାତରେ ୯ ଉଇକେଟ ବାକି ଥାଏ। କିନ୍ତୁ ଦିଲ୍ଲୀ ସାମ୍ନାରେ ବାଧକ ସାଜିଥିଲେ ଆଇପିଏଲ ଇତିହାସର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ପିଚ୍‌ର ଆବଶ୍ୟକତା ଦେଖି ଧୋନୀ ବୋଲିଂ ପରିବର୍ତ୍ତନ କରିଥିଲେ। ଫଳରେ ଦିଲ୍ଲୀ ୪୮ ରନ୍‌ ମଧ୍ୟରେ ୫ ଉଇକେଟ ହରାଇ ସଙ୍କଟରେ ପଡ଼ିଯାଇଥିଲା। ହେଲେ ଶେଷକୁ ଶିମରନ ହେଟମାୟର ୨୮ ରନ୍‌ର ପାଳି ଖେଳି ଦିଲ୍ଲୀକୁ ବିଜୟ ଭେଟି ଦେଇଥିଲେ।

ପୂର୍ବରୁ ଅମ୍ବାତି ରାୟୁଡୁ(୫୫* ରନ୍‌, ୫ ଚୌକା ଓ ୨ ଛକା)ଙ୍କ ଅର୍ଦ୍ଧଶତକୀୟ ପାଳି ଯୋଗୁ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଧାର୍ଯ୍ୟ ୨୦ ଓଭରରେ ୫ ଉଇକେଟ ହରାଇ ୧୩୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ମ୍ୟାଚ୍‌ ଫିନିଶର ଭାବେ ଜଣାଶୁଣା ଧୋନୀ ଶେଷ ପର୍ଯ୍ୟନ୍ତ ଛିଡ଼ା ହୋଇଥିଲେ। ୨୭ ବଲ ଖେଳିବା ପରେ ମଧ୍ୟ ତାଙ୍କ ବ୍ୟାଟରୁ ଗୋଟିଏ ହେଲେ ଚୌକା କିମ୍ବା ଛକା ବାହାରି ନ ଥିଲା। ଶେଷରେ ସେ ୧୮ ରନ୍‌ କରି ପ୍ୟାଭିଲିଅନ ଫେରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.