banner
Breaking

ପୁଣି ଖେଳ ହେବ ଆଇପିଏଲ।

0

ନୂଆଦିଲ୍ଲୀ,୨୩।୫: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ଅବଶିଷ୍ଟ ମ୍ୟାଚ ସଂଯୁକ୍ତ ଆରବ ଏମିରେଟ୍ସରେ ଖେଳାଯିବାର ସମ୍ଭାବନା ରହିଛି। ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଏହି ମ୍ୟାଚ ଖେଳାଯିବ। ଏହାପୂର୍ବରୁ ବୋର୍ଡ ଏହି ମ୍ୟାଚ ପାଇଁ ଦୁଇଟି ବିକଳ୍ପ ଉପରେ ବିଚାର କରୁଥିଲା। ଏଥିରେ ଇଂଲଣ୍ଡ ଏବଂ ୟୁଏଇ ଅନ୍ତର୍ଭୁକ୍ତ ଥିଲା। ବିସିସିଆଇ ଏହାକୁ ବିଚାର କରୁଛି। ତେବେ ଏପର୍ଯ୍ୟନ୍ତ ସରକାରୀ ଘୋଷଣା କରାଯାଇ ନାହିଁ। ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୟୁଏଇରେ ଆଇପିଏଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇସାରିଛି। ଏହାକୁ ଦୃଷ୍ଟିରେ ରଖି ଅବଶିଷ୍ଟ ମ୍ୟାଚ ସେଠାରେ ଅନୁଷ୍ଠିତ ହେବ ବୋଲି କୁହାଯାଉଛି। ବିସିସିଆଇ ମେ ୨୯ରେ ଏକ ସ୍ବତନ୍ତ୍ର ସାଧାରଣ ବୈଠକ କରିବାକୁ ଯାଉଛି। ଏହି ବୈଠକରେ ନୂତନ ସ୍ଥାନ ଏବଂ ତାରିଖ ଘୋଷଣା କରିବାର ସମ୍ଭାବନା ଅଛି। ସୂଚନାଯୋଗ୍ୟ, କରୋନା ଯୋଗୁ ଆଇପିଏଲ୍‌ ୨୦୨୧ ଅଧାରୁ ସ୍ଥଗିତ ରଖାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.