banner
Breaking

ପୋଲାର୍ଡ ଛଡାଇନେଲେ ମ୍ୟାଚ।

0

ନୂଆଦିଲ୍ଲୀ,୧।୫ : କେହି ଅଟକାଇ ପାରିଲେ ନାହିଁ କିରନ ପୋଲାର୍ଡଙ୍କ ଝଡ଼କୁ। ସାମ୍ନାରେ ୨୧୯ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଓ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ୪ ଉଇକେଟରେ ହରାଇ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ। ମ୍ୟାଚ୍‌ରେ କିଛି ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା, ଯାହା ଚେନ୍ନାଇ କେବେ ଚିନ୍ତା କରି ନ ଥିଲା। ଫେଲ୍‌ ମାରିଥିଲା ଧୋନୀଙ୍କ ଡିଆରଏସ୍‌। ରବୀନ୍ଦ୍ର ଜାଡେଜାଙ୍କ ମିସ୍‌ ଫିଲ୍ଡିଂ। ସୁବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କ୍ୟାଚ୍‌ ଛାଡ଼ିଥିଲେ ଫାଫ୍‌। ଏହି ସବୁ ତ୍ରୁଟି ସିଏସ୍‌କେର ପରାଜୟ ପଛର କାରଣ।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ସିଏସ୍‌କେ ପ୍ରଥମ ଓଭରରେ ହରାଇଥିଲା ଇନ ଫର୍ମ ଓପନର ରୁତୁରାଜ ଗାଏକ୍ୱାଡ (୪)ଙ୍କୁ। ତା’ ପରେ ଛକାର ବର୍ଷା ଆରମ୍ଭ କରିଥିଲେ ଡୁ’ ପ୍ଲେସି ଓ ମୋଇନଙ୍କ ଯୋଡ଼ି। ଦୁହେଁ ୬୦ ବଲରେ ଯୋଡ଼ିଥିଲେ ୧୦୮ ରନ୍‌। ଫାଫ୍‌ ୨୮ ବଲରେ ୫୦ (୨ ଚୌକା ଓ ୪ ଛକା) ଓ ମୋଇନ ଅଲି ୩୬ ବଲରେ ୫୮ (୫ ଲେଖାଏ ଚୌକା ଓ ଛକା)। ଏହାପରେ ଦୁଇ ଓଭର ଭିତରେ ସିଏସ୍‌କେ ହରାଇଥିଲା ୩ ଉଇକେଟ। ମୁମ୍ବାଇ ହାତରେ ଥିଲା ମ୍ୟାଚ୍‌କୁ ଫେରିବାର ସୁଯୋଗ। କିନ୍ତୁ ମୁମ୍ବାଇର କୌଣସି ବୋଲରଙ୍କୁ କ୍ଷମାଦେଇ ଦେଲେ ନାହିଁ ରାୟୁଡୁ। ୨୭ ବଲରେ ୪ ଚୌକା ଓ ୭ ଛକା ସହାୟତାରେ ଖେଳିଥିଲେ ବିସ୍ଫୋରକ ୭୨* ରନ୍‌ର ପାଳି। ରବୀନ୍ଦ୍ର ଜାଡେଜା ୨୨ ରନ୍‌ କରିଥିଲେ। ଫଳରେ ସିଏସ୍‌କେ ୪ ଉଇକେଟ ହରାଇ ୨୧୮ ରନ୍‌ କରିଥିଲା। ଚେନ୍ନାଇ ଇନିଂସରେ ସାମିଲ ଥିଲା ୧୬ଟି ଛକା।

ଜବାବରେ ୯.୪ ଓଭର ସୁଦ୍ଧା ମୁମ୍ବାଇ ୩ ଉଇକେଟ ହରାଇ ୮୧ ରନ୍‌ କରିଥିଲା। ଖୁବ୍‌ କମ୍‌ ଥିଲା ବିଜୟ ସମ୍ଭାବନା। କିନ୍ତୁ ପୋଲାର୍ଡ ଛଡ଼େଇ ନେଇଥିଲେ ମ୍ୟାଚ୍‌। କେବଳ ଛକା ଓ ଚୌକାରେ ଦେଇଥିଲେ ବୋଲରଙ୍କୁ ଉତ୍ତର। ମୁମ୍ବାଇକୁ ୧୨ ବଲରେ ଦରକାର ଥାଏ ୩୧ ରନ୍‌। ସାମ କୁରାନଙ୍କ ଓଭର ପ୍ରଥମ ଦୁଇ ବଲକୁ ଛକା ମାରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ତା’ ପରେ ଦୁଇ ଉଇକେଟ ନେଇ ମ୍ୟାଚ୍‌କୁ ନିର୍ଣ୍ଣାୟକ ମୋଡ଼ ଉପରେ ଛିଡ଼ା କରି ଦେଇଥିଲେ କୁରାନ। ଅନ୍ତିମ ଓଭରରେ ପୋଲାର୍ଡଙ୍କ ଝଡ଼କୁ ରୋକିପାରି ନ ଥିଲେ ଲୁଙ୍ଗି ଏନ୍‌ଗିଡି। ପୂରା ୨୦ ଓଭରରେ ୬ ଉଇକେଟ ହରାଇ ୨୨୦ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା ମୁମ୍ବାଇ। ପୋଲାର୍ଡ ୩୪ ବଲରେ ଖେଳିଥିଲେ ୮୭ ରନ୍‌ର ବିସ୍ଫୋରକ ପାଳି। ତାଙ୍କ ଇନିଂସରେ ୬ ଚୌକା ଓ ୮ ଛକା ସାମିଲ ଥିଲା।

Khansweb Solution Bhubaneswar

Leave A Reply

Your email address will not be published.