banner
Breaking

ହର୍ଶଲ ପଟେଲଙ୍କ ଘାତକ ବୋଲି°। ମୁମ୍ବାଇ ୧୫୯ରେ ସୀମିତ।

0

ଚେନ୍ନାଇ, ୯ା୪- ମୁମ୍ବାଇ ଇଣ୍ଡିଆନ୍ସର ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ୍‌ ପାଇଁ ଘାତକ ସାବ୍ୟସ୍ତ ହେଲେ ହର୍ଶଲ ପଟେଲ। ତାଙ୍କ ୫ ଉଇକେଟ ସଫଳତା ଯୋଗୁ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚ୍‌ରେ ପୂରା ୨୦ ଓଭରରେ ୯ ଉଇକେଟ ହରାଇ ୧୫୯ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର (ଆରସିବି) ଆଗରେ ଛିଡ଼ା ହୋଇଛି ୧୬୦ ରନ୍‌ର ବିଜୟ ଲକ୍ଷ୍ୟ।

ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ୩ଟି ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍‌ ଛାଡ଼ି ନ ଥିଲେ, ଟାର୍ଗେଟ ଆହୁରି କମ୍‌ ହୋଇପାରି ଥାନ୍ତା। ମୁମ୍ବାଇ ପାଇଁ କ୍ରିସ ଲିନ ୪୯, ସୂର୍ଯ୍ୟକୁମାର ଯାଦବ ୩୧ ଓ ଇଶାନ କିଷନ ୨୮ ରନ୍‌ କରିଥିଲେ। ହର୍ଶଲଙ୍କ ୫ ଉଇକେଟ ବ୍ୟତୀତ କାଇଲ ଜାମିସନ ଓ ଓ୍ବାଶିଂଟନ ସୁନ୍ଦର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.