banner
Breaking

ଭାରତରେ ଏପ୍ରିଲ ୧୧ ରୁ ଆଇପିଏଲ ଆରମ୍ଭ।

0

ମୁମ୍ବାଇ,୧/୨(ବ୍ୟୁରୋ): ଏଥର ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣ ଭାରତରେ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ଯୋଜନା ପ୍ରସ୍ତୁତ କରିଛି। ଆଇପିଏଲ୍‌ ପାଇଁ ବୋର୍ଡ ମୁମ୍ବାଇ ଓ ପୁଣେ ସହର ମଧ୍ୟରେ ୫ଟି ଭେନ୍ୟୁକୁ ଚୟନ କରିଛି। ଏହି ଭେନ୍ୟୁଗୁଡିକ ହେଲା ଓ୍ବାଙ୍ଖଡେ ଷ୍ଟାଡିୟମ, ବ୍ରାବୋର୍ନ ଷ୍ଟାଡିୟମ, ଡିଓ୍ବାଇ ପାଟିଲ ଷ୍ଟାଡିୟମ, ନବି ମୁମ୍ବାଇର ରିଲାଏନ୍ସ କ୍ରିକେଟ ଷ୍ଟାଡିୟମ ଓ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ଷ୍ଟାଡିୟମ। ସେହିପରି ମୋଟେରାସ୍ଥିତ ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ନକ୍‌ଆଉଟ୍‌ ଭଳି କେତୋଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଆୟୋଜନ ହେବାର ସମ୍ଭାବନା ରହିଛି।

ପେସାଦାର ଟ୍ବେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ଶ ସଂସ୍କରଣ ଟୁର୍ଣ୍ଣାମେଣ୍ଟର ତାରିଖ ଔପଚାରିକ ଭାବେ ଘୋଷଣା କରା ଯାଇନଥିବା ବେଳେ ବିସିସିଆଇ ମଧ୍ୟସ୍ଥ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ଯେ ୨୦୨୧ ବର୍ଷର ଆଇପିଏଲ୍‌ ଏପ୍ରିଲ ୧୧ରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ୫ କିମ୍ବା ୬ରେ ଉଦ୍‌ଯାପନ ହେବ। ଏପ୍ରିଲ ୧୧ରୁ ଆଇପିଏଲ୍‌-୧୪ ଆରମ୍ଭ ହେଲେ ଭାରତୀୟ ଖେଳାଳି ଆଇପିଏଲ୍‌ ପୂର୍ବରୁ କିଛିଦିନ ବିଶ୍ରାମ ପାଇବେ। ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍ ମାର୍ଚ୍ଚ ୨୮ରେ ସମାପ୍ତ ହେବ। ଏହାସହ ବିସିସିଆଇ କହିଛି ଯେ ୨୦୨୧ ଆଇପିଏଲ୍‌ ସଂସ୍କରଣ ୟୁଏଇରେ ଆୟୋଜନ କରିବାକୁ କୌଣସି ଯୋଜନା ନାହିଁ ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ଶନିବାର କହିଥିଲେ।

କୋଭିଡ୍‌-୧୯ ମହାମାରୀ କାରଣରୁ ଗତଥର ଆଇପିଏଲ୍‌ ୬ ମାସ ବିଳମ୍ବରେ ଆରମ୍ଭ ହୋଇଥିଲା ଓ ଏହି ମେଗା ଇଭେଣ୍ଟକୁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)କୁ ସ୍ଥାନାନ୍ତର କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.