banner
Breaking

ରାଜସ୍ଥାନ ରୟାଲ୍ସର ଷ୍ଟଣ୍ଟ ଜରିଆରେ ଜର୍ସି ଉନ୍ମୋଚନ।

0

ଦୁବାଇ, ୧୧ା୯: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସ ସ୍କାଏ-ଡାଇଭିଂ ଷ୍ଟଣ୍ଟ୍‌ ଜରିଆରେ ଏକ ଅଭିନବ ଢଙ୍ଗରେ ଏହାର ଜର୍ସି ଉନ୍ମୋଚନ କରିଛି। ଦୁବାଇ ସମୁଦ୍ର ବେଳାଭୂମିରେ ରହିଛି ଏକମାତ୍ର ରିସୋର୍ଟ ରୟାଲ ମିରେଜ୍‌। ସକାଳବେଳାର ମନୋମୁଗ୍ଧକର ପରିବେଶରେ ଆକାଶମାର୍ଗରେ ଦେଖିବାକୁ ମିଳିଥିଲା ରେଡ୍‌ବୁଲ୍‌ ସ୍କାଏ ଡାଇଭିଂ ଏବଂ ଓ୍ବିଙ୍ଗଶୁଟ୍‌ ଆଥ୍‌ଲେଟ ଡାନି ରୋମାନ୍‌ଙ୍କ ଷ୍ଟଣ୍ଟ୍‌। ପାମ୍‌ ଦୀପାଞ୍ଚଳର ସ୍ପାନିଶ ସ୍କାଏଡାଇଭିଂ ଆଥଲେଟ୍‌ ଏକ ବିମାନରୁ ପାରାଚୁଟ୍‌ରେ ହଜାର ହଜାର ଫୁଟ୍‌ ଉଚ୍ଚରୁ ଲମ୍ଫ ପ୍ରଦାନ କରିଥିଲେ। ତାଙ୍କ ହାତରେ ରହିଥିଲା ଏକ ବ୍ୟାଗ୍‌। ଏଥିରେ ଭରି ରହିଥିଲା ରାଜସ୍ଥାନ ରୟାଲ୍ସ ୨୦୨୦ ଜର୍ସି, ଯାହାକୁ ପରେ ଖେଳାଳିମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ସ୍କାଏ-ଡାଇଭିଂ ଷ୍ଟଣ୍ଟ୍‌ ବେଳେ ରାଜସ୍ଥାନ ରୟାଲ୍ସର ଖେଳାଳିମାନେ ଉପସ୍ଥିତ ଥିଲେ। ଏକ ନିଆରା ଫ୍ୟାଶନରେ ଦଳର ଜର୍ସ ଉନ୍ମୋଚନରେ ସେମାନେ ରୋମାଞ୍ଚତ୍ତ ହୋଇଥିଲେ ଏବଂ ନିଜେ ଗର୍ବ ଅନୁଭବ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.