banner
Breaking

ହାଇଦ୍ରାବାଦକୁ ହରାଇଲା ରାଜସ୍ଥାନ। ମ୍ୟାଚ ଥିଲା ସଙ୍ଘର୍ଷ ପୁର୍ଣ୍ଣ।

0

ଦୁବାଇ, ୧୧।୧୦: ଚଳିତ ଆଇପିଏଲ୍‌ରେ ରବିବାର ଖେଳାଯାଇଥିବା ୨୬ତମ ମୁକାବିଲାରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୫ ଉଇକେଟ୍‌ରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ୍‌ ୨୦ ଓଭରରେ ୪ ଉଇକେଟ୍‌ ହରାଇ ୧୫୮ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଡେଭିଡ୍‌ ଓ୍ବାର୍ନର ୪୮, ମନୀଷ ପାଣ୍ଡେ ୫୪, କେନ୍‌ ଓ୍ବିଲିୟମସନ ୨୨* ଓ ଜନ୍ନୀ ବେୟାରଷ୍ଟୋ ୧୬ ରନ କରିଥିଲେ।
ରାଜସ୍ଥାନ ୧୯.୫ ଓଭରରେ ୫ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ରିୟାନ ପରାଗ (୪୨ ରନ, ୨୬ ବଲ୍‌) ଓ ରାହୁଲ ଟଓ୍ବୋତିଆ (୪୫ ରନ, ୨୮ ବଲ୍‌) ଚମତ୍କାର ଅପରାଜିତ ଇନିଂସ ଖେଳି ଦଳକୁ ଦମ୍‌ଦାର ବିଜୟ ଭେଟି ଦେଇଥିଲେ। ଅସମାପ୍ତ ୬ଷ୍ଠ ଉଇକେଟ୍‌ ଯୋଡ଼ିରେ ରାହୁଲ ଓ ରିୟାନ ୮୫ ରନ ସଂଗ୍ରହ କରିଥିଲେ। ଚଳିତ ଆଇପିଏଲ୍‌ରେ ନିଜର ପ୍ରଥମ ମ୍ୟାଚ୍‌ ଖେଳିଥିବା ବେନ୍‌ ଷ୍ଟୋକ୍ସ (୫ ରନ) ନିରାଶ କରିଥିଲେ। ଏଥିସହ ରାଜସ୍ଥାନ ୬ଷ୍ଠ ମ୍ୟାଚ୍‌ରୁ ୩ୟ ବିଜୟ ହାସଲ କରିଛି। ଅପରପକ୍ଷରେ ହାଇଦ୍ରାବାଦ ଚଳିତ ସିଜନରେ ୭ମ ମ୍ୟାଚ୍‌ରୁ ୪ର୍ଥ ପରାଜୟବରଣ କରିଛି।

Khansweb Solution Bhubaneswar

Leave A Reply

Your email address will not be published.