banner
Breaking

ହାଇଦ୍ରାବାଦକୁ ୩୪ ରନରେ ହରାଇଲା ମୁମ୍ବାଇ।

0

ଶାରଜା, ୪।୧୦: ଚଳିତ ଆଇପିଏଲ୍‌ର ୧୭ତମ ମୁକାବିଲାରେ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ୩୪ ରନରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ସ୍ଥାନୀୟ ଶାରଜା କ୍ରିକେଟ୍‌ ଷ୍ଟାଡିୟମରେ ଅପରାହ୍ନରେ ଖେଳାଯାଇଥିବା ଏହି ହାଇସ୍କୋରିଂ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ୫ ଉଇକେଟ୍‌ ହରାଇ ୨୦୮ ରନ କରିଥିଲା। ଦଳ ପକ୍ଷରୁ ଓପନର୍‌ କ୍ୱିଣ୍ଟନ ଡିକକ୍‌ ସର୍ବାଧିକ ୬୭ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ (୨୭), ଇଶାନ କିଷାନ (୩୧), ହାର୍ଦ୍ଦିକ ପାଣ୍ଡ୍ୟା (୨୮), କିରନ ପୋଲାର୍ଡ (୨୫) ଓ କ୍ରୁନାଲ ପାଣ୍ଡ୍ୟା (୨୦) ଉପଯୋଗୀ ବ୍ୟାଟିଂ କରିଥିଲେ। ତେବେ ଅଧିନାୟକ ରୋହିତ୍‌ ଶର୍ମା (୬ ରନ) ନିରାଶ କରିଥିଲେ। ସଫଳ ବୋଲର ଭାବେ ହାଇଦ୍ରାବାଦ୍‌ ପକ୍ଷରୁ ସନ୍ଦୀପ ଶର୍ମା ଓ ସିଦ୍ଦାର୍ଥ କଉଲ ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ।
କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳ ଓପନର୍‌ ଡେଭିଡ୍‌ ଓ୍ବାର୍ନର (୬୦ ରନ, ୪୪ ବଲ)ଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍‌ ହରାଇ ୧୭୪ ରନ କରିଥିଲା। ଦଳ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଜନ୍ନୀ ବେୟାରଷ୍ଟୋ ୨୫, ମନୀଷ ପାଣ୍ଡେ ୩୦, ଅବଦୁଲ ଶାମଦ୍‌ ୨୦ ରନ କରିଥିଲେ। ତେବେ ନିର୍ଭରଯୋଗ୍ୟ କେନ୍‌ ଓ୍ବିଲିୟମସନ୍‌ ମାତ୍ର ୩ ରନରେ ଆଉଟ୍‌ ହୋଇଥିଲେ। ବିଜୟୀ ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, ଜେମ୍ସ ପାଟିନସନ ଓ ଯଶପ୍ରୀତ୍‌ ବୁମ୍‌ରା ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.