banner
Breaking

ହାଇକୋର୍ଟ ଗଲେ ସୁମିତ

0

କଟକ ,୧୧।୧: ବ୍ରହ୍ମପୁର ବ୍ରହ୍ମାନଗରର ବହୁଚର୍ଚ୍ଚିତ ତପସ୍ବିନୀ ଦାଶ-ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଗତ ୪ ତାରିଖରେ ଛତ୍ରପୁର ଜିଲା କୋର୍ଟ ଦେଇଥିବା ନିର୍ଦ୍ଦେଶନାମାକୁ ନେଇ ଏବେ ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି ସୁମିତ। ତପସ୍ବିନୀ ତାଙ୍କ ଘରେ ରହିବା ଏବଂ ତାଙ୍କୁ ମାସିକ ୧୭ ହଜାର ଟଙ୍କା ଦେବା ନିର୍ଦ୍ଦେଶକୁ ହାଇକୋର୍ଟରେ ସେ ଚ୍ୟାଲେଞ୍ଜ କରିଥିବା ଜଣାପଡ଼ିଛି।

ପ୍ରକାଶ ଯେ, ଛତ୍ରପୁରର ତପସ୍ବିନୀ ଏବଂ ବ୍ରହ୍ମପୁରର ଡା. ସୁମିତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଉଭୟେ ଗତ ବର୍ଷ କୋର୍ଟରେ ବିବାହ କରି ଏକାଠି ରହୁଥିଲେ। ହେଲେ କିଛି ମାସ ତଳେ ସ୍ବାମୀ, ଶାଶୁ ଏବଂ ଶ୍ୱଶୁର ମିଶି ତାଙ୍କୁ ନିର୍ଯାତନା ଦେଇଥିବା ନେଇ ତପସ୍ବିନୀ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ସୁମିତଙ୍କ ପରିବାର ଲୋକ ମାମଲା ଉଠାଇବା ଲାଗି ତପସ୍ବିନୀଙ୍କୁ ମନାଇବା ସହ ବାହାଘର କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ନଭେମ୍ବର ୨୨ରେ ବିବାହ ହୋଇଥାନ୍ତା। ହେଲେ ଶ୍ୱଶୁର ଘର ଲୋକେ କୌଣସି ଆୟୋଜନ କରି ନ ଥିବାରୁ ତପସ୍ବିନୀ ବଧୂ ବେଶରେ ଧାରଣାରେ ବସିଥିଲେ। ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା।

Khansweb Solution Bhubaneswar

Leave A Reply

Your email address will not be published.