banner
Breaking

ଲକଡାଉନ୍ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି।

0

ନୂଆଦିଲ୍ଲୀ,୧/୫(ଓଡ଼ିଆ ନ୍ୟୁଜ : ଦେଶରେ ଲକହାଉନ ଅବଧିକୁ ଆଉ ୨ସପ୍ତାହ ବୃଦ୍ଧି କରାଯାଇଛି । ମେ’ ୪ ତାରିଖରୁ ଆଉ ଦୁଇ ସପ୍ତାହ ଲକ୍‌ଡାଉନ୍‌ ଜାରି ରହିବା ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯିବା ସହ ବିଜ୍ଞପ୍ତି ଜାରି କରାଯାଇଛି। ବିଭିନ୍ନ ରାଜ୍ୟର ସ୍ଥିତି ସମୀକ୍ଷା କରିବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।

ଏହି ଲକଡାଉନ ମଇ ୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ସୂଚନା ଯୋଗୁ କରୋନା ସଂକ୍ରମଣର ବ୍ୟାପକତାକୁ ରୋକିବା ପାଇଁ  ପ୍ରଥମେ ଦେଶରେ ମାର୍ଚ୍ଚ ୨୪ ମଧ୍ୟରାତ୍ରରୁ ୨୧ ଦିନପାଇଁ ଲକଡାଉନ ଜାରି କରାଯାଇଥିଲା । ପରେ ଏପ୍ରିଲ୧୪ରୁ ମଇ ୩ ଯାଏ ୧୯ ଦିନପାଇଁ ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା ।ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ୪୦ ଦିନ ପାଇଁ ଲକଡାଉନ ଜାରି ପରାଯାିଥିଲା । ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ମଇ ୩ ରାତି ୧୨ଟାରେ ଶେଷ ହେବାର ଥିଲା । କିନ୍ତୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ  ଲକଡାଉନ ଅବଧିକୁ ୨ ସପ୍ତାହ ଯାଏ ବୃଦ୍ଧି କରିଛନ୍ତି । ଫଳରେ ମଇ ୧୭ ତାରିଖ ରାତି ୧୨ଟା ଯାଏ ଏହି ଲକଡାଉନ ବଳବତ୍ତର ରହିବ ।

Khansweb Solution Bhubaneswar

Leave A Reply

Your email address will not be published.