banner
Breaking

ଭୁବନେଶ୍ୱର ଫିଟନେସ କ୍ଲବ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

0

ଭୁବନେଶ୍ୱର : ଭୁବନେଶ୍ୱର ଫିଟନେସ କ୍ଲବ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ କିସ୍ ଜଗନ୍ନାଥ ମନ୍ଦିର ସମ୍ମୁଖ କ୍ଲବ ପରିସରରେ ପାଳିତ ହୋଇଯାଇଛି । କ୍ଲବର ସଭାପତି ଜିତେନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ ସାଧୁ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ସନ୍ତୁଳିତ ଜୀବନ ଯାପନ ପଦ୍ଧତି ଶରୀର ସୁସ୍ଥ ଓ ନିରୋଗ ରଖେ । ଯୋଗର ଅର୍ଥ ହେଉଛି ସାଂସାରିକ ଭୋଗ ଓ ସ୍ୱାସ୍ଥ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବା । ମନୁଷ୍ୟ ଅସୋଭାବିକ ଜୀବନ ଯାପନ କରୁଥିବାରୁ ରୋଗାଗସ୍ତ ହେଉଛି । ଜୀବନର ପ୍ରଥମ ଅବସ୍ଥା ବା ଯୈବନ ସମୟରେ ଆମେ ଅର୍ଥ ଉପାର୍ଜନ ପାଇଁ ନଖାଇ, ନପିଇ ବିଶ୍ରାମ ନନେଇ ଶରୀରକୁ ରୋଗାଗସ୍ତ କରି ସ୍ୱାସ୍ଥ୍ୟ ନଷ୍ଟ କରୁଛେ । ପରବର୍ତ୍ତୀ ସମୟରେ ସେହି ସ୍ୱାସ୍ଥ୍ୟକୁ ସଜାଡିବା ପାଇଁ କଷ୍ଟ ଭୋଗୁଛେ ଓ ଅର୍ଥ ବ୍ୟୟ କରୁଛେ । ତଣେୁ ଜୀବନଚର୍ଯ୍ୟା ଉପରେ ଧ୍ୟାନ ଦେଇ ଯୋଗାଭ୍ୟାସ କରିବା ଉଚିତ । ସମ୍ମାନିତ ଅତିଥି ଭାବେ ଲାୟନ୍ସ କ୍ଲବ ଡିଜି ସୁରେଶ ନାୟକ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ କୁନ ବିହାରୀ ଦାସ, ଏସ୍ ଜେ ଡେଭଲପର୍ସର ନିର୍ଦ୍ଦେଶକ ମୁନୁ ନନ୍ଦ, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନୀଳମାଧବ ପଣ୍ଡା, ଗ୍ରୁପ କ୍ୟାପଟେନ ଅନିରୁଦ୍ଧ ସେନାପତି ପ୍ରମୁଖ ଯୋଗଦେଇ ଯୋଗର ମାହାତ୍ମ୍ୟ ବିଷୟରେ କହିଥିଲେ । ଏହି ଅବସରରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଯୋଗ ପ୍ରଶିକ୍ଷକ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ବିଭୂତି ଭୂଷଣ ମହାପାତ୍ର ଯୋଗ ଶିକ୍ଷା ଦେଇଥିଲେ । କ୍ଲବର ସମ୍ପାଦକ ରଶ୍ମିରଞ୍ଜନ ସ୍ୱାଇଁ, ଉପସଭାପତି ସନ୍ତୋଷ ହରିଶ୍ଚନ୍ଦନ, ସତିଶ ସାମଲ, ସୁବ୍ରତ ମହାନ୍ତି, ଦିନେସ ରାୟ, ଗୋପିନାଥ ନାୟକ, ଅଞ୍ଜନ ମହାନ୍ତି, ବୈକୁଣ୍ଠ ପ୍ରଧାନ, ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ରହି ଯୋଗ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ କ୍ଲବର ସଦସ୍ୟ ମାନେ ଯୋଗଦାନ କରି ଯୋଗାଭ୍ୟାସ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.