banner
Breaking

ଆସନ୍ତାକାଲି (ଜାନୁଆରୀ-୮)ଭାରତ ବନ୍ଦ।

0

ନୂଆଦିଲ୍ଲୀ: ଜାନୁଆରୀ ୮ରେ ୨୪ ଘଣ୍ଟିଆ ଭାରତ ବନ୍ଦ। ଏନଡିଏ ସରକାରଙ୍କ ଦମନକାରୀ ନୀତି ପ୍ରତିବାଦରେ ୧୦ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି। ଜାନୁଆରୀ ୮ ବନ୍ଦ ଡାକରାକୁ ଦେଶର ବିଭିନ୍ନ କୃଷକ ସଙ୍ଗଠନ ସମର୍ଥନ କରୁଥିବା କହିଛନ୍ତି ଶ୍ରମିକ ସଙ୍ଗଠନ ସିଟୁର ସାଧାରଣ ସମ୍ପାଦକ ତପନ ସେନ। ଏହି ୨୪ ଘଣ୍ଟିଆ ବନ୍ଦ ପାଳନରେ ଲକ୍ଷ ଲକ୍ଷ ଶ୍ରମିକଙ୍କ ସହ ବ୍ୟାଙ୍କ କର୍ମଚାରୀ,ଶିକ୍ଷକ,ଷ୍ଟିଲ,ବୀମା କ୍ଷେତ୍ରର କର୍ମଚାରୀ ଏବଂ ରେଳବାଇରେ କାର୍ଯ୍ୟକରୁଥିବା ଶ୍ରମିକ ଏବଂ ବନ୍ଦର ଶ୍ରମିକ ମାନେ ମଧ୍ୟ ସାମିଲ ହେବେ ବୋଲି ଜଣାପଡିଛି। ୨୪ ଘଣ୍ଟିଆ ଭାରତ ବନ୍ଦ ପାଳନ ଫଳରେ ସାରା ଦେଶରେ ଗାଡି ମୋଟର ଚଳାଚଳ ସହ ରେଳ ସେବା ବ୍ୟାଙ୍କି ସେବା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସେବା ପ୍ରଭାବିତ ହେବ।

ଦେଶର ଆର୍ଥିକ ସଙ୍କଟ,ଦରଦାମ ବୃଦ୍ଧି ଏବଂ ବେରୋଜଗାର ପ୍ରସଙ୍ଗରେ ଏହି ବନ୍ଦ ପାଳନ କରାଯାଉଛି। ଶ୍ରମିକ ସଂଗଠନ ଗୁଡ଼ିକ ସର୍ବନିମ୍ନ ପାରିଶ୍ରମିକ ୨୧ ହଜାରରୁ ମାସିକ ୨୪ ହଜାର କରିବାକୁ ଦାବି କରିଛନ୍ତି। ସରକାରୀ ସଂସ୍ଥାର ଘରୋଇ କରଣକୁ ବନ୍ଦ କରିବା, ସିଏଏ, ଏନଆରସି ଓ ଏନପିଆରକୁ ରଦ୍ଦ କରିବାକୁ ମଧ୍ୟ ସଂଗଠନ ଗୁଡ଼ିକ ଦାବି କରିଛନ୍ତି। ଏହାବାଦ ଦରଦାମ ବୃଦ୍ଧି, ବେକାରୀ ବିରୋଧରେ ମଧ୍ୟ ଶ୍ରମିକ ସଂଗଠନ ଏଭଳି ବନ୍ଦ ଡାକରା ଦେଇଛି।

ରାଜ୍ୟରେ ଭାରତ ବନ୍ଦକୁ ସଫଳ କରିବା ପାଇଁ ୧୨ ଦଫା ଦାବି ନେଇ ବନ୍ଦପାଳନ କରିବ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ବାଧୀନ ଫେଡରେସନ ମିଳିତ ମଞ୍ଚ,ବେକାରୀ, ବେରୋଜଗାର, ଶ୍ରମ ଆଇନ କୋ ଅଡିଫିକେସନ, ଦରଦାମ ବୃଦ୍ଧି, ସର୍ବନିମ୍ନ ବେତନ ବୃଦ୍ଧି ,ସାମାଜିକ ସୁରକ୍ଷା ଭଳି ୧୨ ଦଫା ଦାବିରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେବ ମିଳିତ ମଞ୍ଚ,ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ରେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡି ମିଳିତ ମଞ୍ଚ ଓଡିଶା ଶାଖାର ଏକ ପ୍ରତିନିଧି ଦଳ ୩ ଜଣିଆ ମନ୍ତ୍ରୀ ସ୍ତରୀୟ କମିଟିକୁ ଭେଟିବା ସହ ଦାବି ପତ୍ର ପ୍ରଦାନ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.