banner
Breaking

ଧର୍ମୀୟ ନେତାଙ୍କ ଅଯୋଧ୍ୟା ମାମଲାରେ ବିବ୍ରତ ନହେବାକୁ ଅନୁରୋଧ।

0

ଲକ୍ଷ୍ନୌ,୨ା୧୧: ଅଯୋଧ୍ୟା ଜମି ବିବାଦ ମାମଲା ରାୟ ଖୁବ୍‌ଶୀଘ୍ର ପ୍ରକାଶ ପାଇବାକୁ ଥିବାବେଳେ ଏହା ପୂର୍ବରୁ ଜନସାଧାରଣଙ୍କୁ ଶାନ୍ତ ରହିବା ପାଇଁ ବିଭିନ୍ନ ହିନ୍ଦୁ ଓ ମୁସଲମାନ ସଂଗଠନ ଏବଂ ଧର୍ମୀୟ ନେତାମାନେ ଆହ୍ବାନ ଦେଇଛନ୍ତି। ସାମ୍ପ୍ରଦାୟିକ ସଦ୍‌ଭାବନା ବଜାୟ ରଖିବା ଲାଗି ଶୁକ୍ରବାର ନମାଜ ପାଠ ପୂର୍ବରୁ ଉତ୍ତରପ୍ରଦେଶର ମୁସଲମାନ ମୌଲବୀମାନେ ଅନୁରୋଧ କରିଛନ୍ତି।

ସମ୍ବିଧାନ ଓ ବିଚାର ବ୍ୟବସ୍ଥା ଉପରେ ବିଶ୍ୱାସ ରଖି ସାମ୍ପ୍ରଦାୟିକ ସଦ୍‌ଭାବନା ବଜାୟ ରଖିବା ଲାଗି ଇମାମ୍‌ମାନେ ଲୋକଙ୍କୁ ପରାମର୍ଶ ଦେବା ଉଚିତ ବୋଲି ଅଖିଳ ଭାରତୀୟ ମୁସଲମାନ ପର୍ସନାଲ ଲ’ ବୋର୍ଡ ସଦସ୍ୟ ମୌଲାନା ଖଲିଦ ରଶିଦ ଫିରଙ୍ଗୀ ମହାଲି କହିଛନ୍ତି। ୧୭ରେ ସିଜେଆଇ ରଞ୍ଜନ ଗୋଗୋଇଙ୍କ ଅବସର ପୂର୍ବରୁ ଅଯୋଧ୍ୟା ରାୟ ପ୍ରକାଶ ପାଇବା ଆଶା କରାଯାଉଛି। ଏହି ସମ୍ବେଦନଶୀଳ ମାମଲା ରାୟ ଉପରେ ସାରା ବିଶ୍ୱର ନଜର ରହିଛି। ତେଣୁ କୋର୍ଟ ରାୟକୁ ସମ୍ମାନ ଦେବା ସହ ଶାନ୍ତି ବଜାୟ ରଖିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ବୋଲି ମୌଲାନା ଖଲିଦ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.