banner
Breaking

ଭାରତରେ ଆଜି ତିନିଥର ଭୂକମ୍ପ ଅନୁଭୂତ

0

ନୂଆଦିଲ୍ଲୀ : ନୂଆବର୍ଷର ପ୍ରଥମ ଦିନରେ ଦେଶରେ ୩ଟି ଭୂକମ୍ପ ଅନୁଭୁତ ହୋଇଛି । ସନ୍ଧ୍ୟା ପ୍ରାୟ ୬ଟା ସମୟରେ ତୃତୀୟ ଭୂକମ୍ପ ଲଦ୍ଦାଖରେ ଅନୁଭୁତ ହୋଇଛି । ନ୍ୟାଶନାଲ ସେଣ୍ଟର ଫର ସିସମୋଲୋଜି ପକ୍ଷରୁ ଭୂକମ୍ପ ସମ୍ପର୍କରେ ସୂଚନା ଦିଆଯାଇଛି । ସେଣ୍ଟରର ସୂଚନା ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ସ୍ପେଲରେ ୪.୬ ଥିଲା ।
ସୂଚନାଯୋଗ୍ୟ, ଲଦ୍ଦାଖର ଅଧିକାଂଶ ଅଞ୍ଚଳ ପାର୍ବାତ୍ୟାଞ୍ଚଳ । ସେଥିପାଇଁ ବିପଦ ଆଶଙ୍କା ଅଧିକ ରହିଛି । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । କୁହାଯାଉଛି କି କାରଗିଲଠାରୁ ୨୫୦ କିଲୋମିଟର ଦୂରରେ ଥିଲା ଏହି ଭୂକମ୍ପର କେନ୍ଦ୍ରସ୍ଥଳ । ଏହା ପୂର୍ବରୁ ହରିୟାଣା ଓ ଦିଲ୍ଲୀରେ ବର୍ଷର ପ୍ରଥମ ଦିନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି ।

Khansweb Solution Bhubaneswar

Leave A Reply

Your email address will not be published.