banner
Breaking

ବ୍ରହ୍ମୋସର ସଫଳ ପରୀକ୍ଷଣ

0

କୋଲକାତା : ଭାରତ ଲଗାତର ଭାବେ ନିଜର ସାମରିକ ଶକ୍ତି ବୃଦ୍ଧି କରୁଛି। ଚାଇନା ଏବଂ ପାକିସ୍ତାନକୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଭାରତ ନିଜର କ୍ଷେପଣାସ୍ତ୍ର କ୍ଷମତାକୁ ଉନ୍ନତ କରିବାରେ ଲାଗିପଡ଼ିଛି। ଇତିମଧ୍ୟରେ ଭାରତୀୟ ବାୟୁସେନା ସଫଳତାର ସହ ବ୍ରହ୍ମୋସ ଏୟାର-ଲଞ୍ଚ ହୋଇଥିବା କ୍ଷେପଣାସ୍ତ୍ରର ଏକ୍ସଟେଣ୍ଡେଡ୍‌ ରେଞ୍ଜ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ର ପଶ୍ଚିମବଙ୍ଗର ଖାଡିରେ ଥିବା ଏସ୍‌ୟୁ-୩୦ ଏମ୍‌କେଆଇ ବିମାନରୁ ଲକ୍ଷ୍ୟକୁ ସଠି୍‌କ ଭାବେ ଆଘାତ କରି ମିଶନ ଉଦ୍ଦେଶ୍ୟକୁ ହାସଲ କରିଛି। ସୁଖୋଇ ବିମାନରୁ ଉତ୍‌କ୍ଷେପଣ ଯୋଜନା ଅନୁଯାୟୀ ହୋଇଥିଲା ଏବଂ ଏହି କ୍ଷେପଣାସ୍ତ୍ର ସିଧାସଳଖ ବଙ୍ଗୋପସାଗର ଖାଡି ଅଞ୍ଚଳରେ ଟାର୍ଗେଟ ଉପରେ ଆକ୍ରମଣ କରିଥିଲା। ଏହି କ୍ଷେପଣାସ୍ତ୍ର ଆଣ୍ଟି-ଶିପ୍‌ ଭାରିଆଣ୍ଟର ହୋଇଥିବା ବେଳେ ସୁଖୋଇରୁ ଏହି କ୍ଷେପଣାସ୍ତ୍ରକୁ ନିକ୍ଷେପ କରାଯାଇ ବଙ୍ଗୋପସାଗରରେ ଥିବା ଏକ ଜାହାଜକୁ ଟାର୍ଗେଟ କରାଯାଇଥିଲା। ଏହାର ଲକ୍ଷ୍ୟଭେଦ କ୍ଷମତା ୪୦୦କିଲୋମିଟର ପର୍ଯ୍ୟନ୍ତ ରହିଛି ବୋଲି ଗୁରୁବାର ବାୟୁସେନା ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.