banner
Breaking

ଅବସର ଗ୍ରହଣ କଲେ ସେନା ଉପମୁଖ୍ୟ

0

ନୂଆଦିଲ୍ଲୀ,୧।୨: ଭାରତର ସେନା ଉପମୁଖ୍ୟ ଥିବା ଲ୍ୟୁଟ୍‌ନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ସୋମବାର ଅବସର ଗ୍ରହଣ କରିଛନ୍ତି। ସେ ଜାତୀୟ ଯୁଦ୍ଧ ସ୍ମାରକୀକୁ ଯାଇ ଶହୀଦ ଯବାନମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଓଡ଼ିଶାର ଜଗତ୍‌ସିଂହପୁର ଜିଲାରେ ଜନ୍ମିତ ସି.ପି. ମହାନ୍ତି ଗତବର୍ଷ ଫେବୃୟାରୀ ୧ରେ ଦେଶର ଭାଇସ୍‌ ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ ଭାବେ ନିଯୁକ୍ତ ହୋଇଥିଲେ। ଗତବର୍ଷ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରମ ବିଶିଷ୍ଟ ସେବା ମେଡାଲ ପ୍ରଦାନ କରିଥିଲେ। ଏହା ବ୍ୟତୀତ ସେ ଅତି ବିଶିଷ୍ଟ ସେବା ମେଡାଲ, ସେନା ମେଡାଲ ଏବଂ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ ହୋଇଛନ୍ତି। ସେନା ଉପମୁଖ୍ୟ ଭାବେ କେତେକ ଗୁରୁତ୍ୱପୂର୍ଣ୍ଣ ସାମରିକ ଉପକରଣ କ୍ରୟ ନିଷ୍ପତ୍ତିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଡେରାଡୁନ୍‌ସ୍ଥିତ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜ, ନ୍ୟାଶନାଲ ଡିଫେନ୍ସ ଏକାଡେମୀ, ଇଣ୍ଡିଆନ ମିଲିଟାରୀ ଏକାଡେମୀରୁ ଶିକ୍ଷାଗ୍ରହଣ କରିଥିବା ଲ୍ୟୁଟ୍‌ନାଣ୍ଟ ଜେନେରାଲ ମହାନ୍ତି ୧୯୮୨ ଜୁନ୍‌ ୧୨ରେ ରାଜପୁତ୍‌ ରେଜିମେଣ୍ଟରେ କମିଶନ ହୋଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.