banner
Breaking

ପ୍ରତିରକ୍ଷା କ୍ଷେତ୍ରରେ ଆଗକୁ ବଢିବ ଭାରତ

0

ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଦେଶକୁ ବିଶ୍ୱର ସର୍ବ ବୃହତ ସାମରିକ ଶକ୍ତି କରିବା ଲକ୍ଷ୍ୟରେ ମେକ୍‌ ଇନ୍‌ ଇଣ୍ଡିଆକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ୪୧ଟି ଗୋଳାବାରୁଦ କାରଖାନାର ପୁନଃନିର୍ମାଣ ସହିତ ୭ଟି ନୂତନ କମ୍ପାନୀ ଆରମ୍ଭ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ୭,୯୬୫ କୋଟି ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର ଏବଂ ଯନ୍ତ୍ରପାତି କ୍ରୟକୁ ଅନୁମୋଦନ କରିଛନ୍ତି। ମେକ୍‌ ଇନ୍‌ ଇଣ୍ଡିଆ ଅଧୀନରେ ଏହି କ୍ରୟ ସ୍ବଦେଶୀ କମ୍ପାନୀଗୁଡିକରୁ କରାଯିବ। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ରୁ ୧୨ଟି ହାଲୁକା ୟୁଟିଲିଟି ହେଲିକପ୍ଟର ସହ ଡର୍ନିୟର୍‌ ବିମାନର ବିକାଶ କରାଯିବ। ନୌ-ବାହିନୀ ଯୁଦ୍ଧ ଜାହାଜର ନିରୀକ୍ଷଣ ତଥା କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌ର ଲିଙ୍କସ୍‌ ନାଭାଲ୍‌ ଗନ୍‌ଫାୟାର କଣ୍ଟ୍ରୋଲ୍‌ ସିଷ୍ଟମ୍‌ କ୍ରୟ କରାଯିବା ପାଇଁ ଏହି ଅନୁମୋଦନରେ ବ୍ୟବସ୍ଥା କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.