banner
Breaking

ରୋଜାଲିନ ପାଟ୍ଟଶାଣୀଙ୍କୁ ପ୍ରୋମିସିଂ ଇଣ୍ଡିଆନ୍ ଆୱାର୍ଡ

0

ଭୁବନେଶ୍ୱର: ପରିଚୟ ଫାଉଣ୍ଡେସନ୍ ପ୍ରତିଷ୍ଠାତା ଡ. ରୋଜାଲିନ ପାଟ୍ଟଶାଣୀଙ୍କୁ ପ୍ରୋମିସିଂ ଇଣ୍ଡିଆନ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । ସାମାଜିକ ଉଦ୍ୟୋଗ ତଥା ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥିଲା ।
ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଜମିରୁଦ୍ଦିନ ଶାହ, ବ୍ରିକ୍ସ ଚାମ୍ବର ଅଫ କମର୍ସର ଡିଜି ଡ.ବିବିଏଲ୍ ମଧୁକର, ସଫ୍ଟଓୟାର ଟେକ୍ନୋଲୋଜି ପାର୍କ ଅଫ ଇଣ୍ଡିଆ(ଏସଟିପିଆଇ) ଡିଜି ଅରବିନ୍ଦ କୁମାର ଓ ନୋଇଡା ଫିଲ୍ମ ସିଟି ପ୍ରତିଷ୍ଠାତା ସନ୍ଦୀପ ମାରୱା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ପାଟ୍ଟଶାଣୀଙ୍କୁ ପୁରସ୍କୃତ କରିଥିଲେ । ବିଶ୍ୱପ୍ରସିଦ୍ଧ ଷ୍ଟାଣ୍ଡଅପ କମେଡିଆନ୍ ପାପା ସିଜେଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି । ୧୨ଟି ବିଭାଗରେ ଦିଆଯାଇଥିବା ପୁରସ୍କାର ପାଇଁ ପ୍ରାୟ ୬୦୦ ଆବେଦନ ଆସିଥିଲା । ପ୍ରୋମିସିଂ ଇଣ୍ଡିଆନ ସୋସାଇଟି ସଭାପତି ପ୍ରେରଣା ସିଂହଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଗତ ସପ୍ତାହରେ ନ୍ୟାସନାଲ କ୍ୟାରିୟର କାଉନସେଲିଂ ସେଣ୍ଟର ପକ୍ଷରୁ ଶ୍ରୀମତୀ ପାଟ୍ଟଶାଣୀଙ୍କୁ ଏକ୍ସିଲେନ୍ସି ଆୱାର୍ଡ ପ୍ରଦାନ କରାଯାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.