banner
Breaking

ଭାରତ ଫେରିଲେ ମିସ୍ ୟୁନିଭର୍ସ

0

ମୁମ୍ବାଇ,୧୬ ।୧୨: ଚଳିତ ବର୍ଷର ମିସ୍ ୟୁନିଭର୍ସ ମୁକୁଟ ବିଜୟିନୀ ହରନାଜ ସାନ୍ଧୁ ବୁଧବାର ବିଳମ୍ବିତ ରାତିରେ ସ୍ୱଦେଶ ଫେରିଛନ୍ତି । ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗ୍ରାଣ୍ଡ ୱେଲକମ୍ କରାଯାଇଛି । ଏହି ସମୟରେ ହରନାଜଙ୍କ ପ୍ରିୟପରିଜନ ଓ ମୁମ୍ବାଇ ପୋଲିସର ଯବାନମାନେ ହରନାଜଙ୍କ ଫଟୋ ଉଠାଉଥିବା ଦେଖାଯାଇଥିଲା । ହାତରେ ଜାତୀୟ ପତାକା ଧରି ସମସ୍ତ ସ୍ୱାଗତକାରୀଙ୍କୁ ଧନ୍ୟବାଦ ଦେଇଥିଲେ ହରନାଜ । ସୂଚନାଯୋଗ୍ୟ, ଦୀର୍ଘ ୨୧ ବର୍ଷର ଅପେକ୍ଷା ପରେ ହରନାଜ ମିସ୍ ୟୁନିଭର୍ସ ବ୍ୟୁଟି ପେଜେଂଟ ରେସରେ ଭାରତର ନାଁ ରଖିଛନ୍ତି । ମିସ୍ ୟୁନିଭର୍ସ ହେବା ପୂର୍ବରୁ ହରନାଜ ମିସ୍ ଚଣ୍ଡିଗଡ଼ ୨୦୧୭ର ବିଜୟିନୀ ହୋଇ ସାରିଛନ୍ତି । ଏହାସହ ୨୦୧୮ରେ ତାଙ୍କୁ ମିସ୍ ମ୍ୟାକ୍ସ ଇମର୍ଜିଂଗ ଷ୍ଟାର ଇଣ୍ଡିଆ ଟାଇଟଲ ମିଳି ସାରିଛି । ପ୍ରଥମେ ୧୯୯୪ରେ ସୁସ୍ମିତା ସେନ୍ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିବା ବେଳେ ୨୦୦୦ରେ ଲାରା ଦତ୍ତ ବି ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିଲେ । ଆଉ ଏବେ ୨୧ ବର୍ଷ ପରେ ୨୧ ବର୍ଷିୟା ସାନ୍ଧୁ ପୁଣିଥରେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.